ବ୍ରିକ୍ସ ସମ୍ମିଳନୀରେ ମୋଦୀ-ଜିନପିଙ୍ଗ୍ ହେବେ ମୁହାଁମୁହିଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଦାଖ ସୀମାରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଦୀର୍ଘ ୫ ମାସ ଧରି ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା ବେଳେ ଆଗାମୀ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭର୍ଚୁଆଲ ସମ୍ମିଳନୀରେ ମୁହାଁମୁହିଁ ହେବେ। ଗଲୱାନ ଉପତ୍ୟତାରେ ଭାରତ-ଚୀନ୍ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଦୁଇ ରାଷ୍ଟ୍ର ନେତାଙ୍କ ମୁହାଁମୁହିଁ ହେବାକୁ ଯାଉଛି।ଉଲ୍ଲେଖଯୋଗ୍ୟ ବ୍ରାଜିଲ, ରୁଷିଆ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ‘ବ୍ରିକ୍ସ’ର ଶୀର୍ଷ ସମ୍ମିଳନୀ ଆସନ୍ତା ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ। ବ୍ରିକ୍ସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଏହି ବ୍ରିକ୍ସ ସମ୍ମିଳନୀରେ ଆଲୋଚନାର ବିଷୟ ବସ୍ତୁ ରହିଛି ‘ବିଶ୍ୱରେ ସ୍ଥିରତା, ସୁରକ୍ଷା କ୍ଷେତ୍ରରେ ସହଯୋଗ ଏବଂ ମୌଳିକ ଅଭିବୃଦ୍ଧିରେ ବ୍ରିକ୍ସର ଭାଗିଦାରୀ।’ ଏବେ ରୁଷିଆ ବ୍ରିକ୍ସର ଅଧ୍ୟକ୍ଷ ରହିଛି। ୩ଟି ପ୍ରମୁଖ ପ୍ରସଙ୍ଗ ଶାନ୍ତି, ସୁରକ୍ଷା ଓ ଅର୍ଥନୀତି ଉପରେ ଏହି ୫ଟି ରାଷ୍ଟ୍ର ବିସ୍ତୃତ ଆଲୋଚନା କରିବେ। କରୋନା ମହାମାରୀ ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ଶୀର୍ଷ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।

Leave A Reply

Your email address will not be published.