୫ମ ଥର ସରକାର ଗଠନକୁ ନେଇ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି । ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜେଡି ଆଗରେ ରହିଛି । ଏ ପର୍ଯ୍ୟନ୍ତ ଭୋଟ ଗଣତି ଫଳାଫଳରୁ ଯାହା ଜଣାପଡ଼ିଛି ୫ମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟରେ ସରକାର ଗଢ଼ିବ । ବିଜେଡି ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ । ଆଗାମୀ ଶାସନ କାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଚ୍ଛା ବୋଲି ମୋଦି ନିଜ ଟୁଇଟର ପେଜରେ ଲେଖିଛନ୍ତି ।

ବିଜେଡ଼ିକୁ ରାଜ୍ୟରେ ପୁଣି ଥରେ ବହୁମତ ମିଳିବା ପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି, ପୁଣି ଥରେ ବିଜେଡି ଉପରେ ଭରସା ରଖିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ । ଓଡିଶାବାସୀ ବାରମ୍ବାର ସେମାନଙ୍କ ଆଶୀର୍ବାଦ ଆମ ଉପରେ ରଖିଥିବାରୁ ଧନ୍ୟବାଦ । ଚଳିତଥର ନିର୍ବାଚନ ବିଜେଡି ପାଇଁ ଐତିହାସିକ ରହିଛି କାରଣ ବିଶେଷ କରି ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି । ଅପରପକ୍ଷରେ କେନ୍ଦ୍ରରେ ବିଜେପିକୁ ବହୁମତ ମିଳିବାରୁ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.