ମୋଦି ଦେଶ ବିଭାଜନ କରୁଛନ୍ତି, ଏହା ବିରୁଦ୍ଧରେ ଲଢେଇ ଜାରି ରଖିବି : ରାହୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋଦିଙ୍କ ବିରୁଦ୍ଧରେ ଜାରି ରହିବ ଲଢ଼େଇ । ମୋଦି ଦେଶ ବିଭାଜନ ପାଇଁ ଘୃଣାର ବିଷ ପ୍ରୟୋଗ କରୁଛନ୍ତି । କେନ୍ଦ୍ରରେ ମୋଦି ସରକାର ଗଠନ ପରେ ଏଭଳି ଭାବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଥମ ଥର କେରଳ ରୋଡ ସୋ’ରୁ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୯ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମ ଥର ରାହୁଲ ଗାନ୍ଧୀ ତିନି ଦିନିଆ କେରଳର ୱାୟନାଡ ଗସ୍ତ କରିଛନ୍ତି । ରାହୁଲ କଲପେଟ୍ଟାରେ ଏକ ବିଶାଳ ରୋଡ ସୋ ରେ ଯୋଗଦେଇ ମୋଦି ମୋଦି ଦେଶକୁ ଭାଗ ଭାଗ କରିବା ପାଇଁ ଘୃଣାର ବିଷ ପ୍ରୟୋଗ କରୁଛନ୍ତି ଓ ସେ ମୋଦିଙ୍କ ଏହି ପ୍ରୟାସ ବିରୁଦ୍ଧରେ ନିଜ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ।

ସେହିପରି ସଂସଦରେ ସେ କେରଳର ଅସୁବିଧା ପ୍ରସଙ୍ଗ ଉଠାଇବେ ବୋଲି କହିବା ସହ ୱାୟନାଡର ପ୍ରତେକ ବ୍ୟକ୍ତି ପାଇଁ କଂଗ୍ରେସର ଦ୍ୱାର ଖୋଲା ଅଛି ବୋଲି ରାହୁଲ କହିଥିଲେ । ସେଠାରେ ସେ ଚାଷୀ, ସ୍ଥାନୀୟ ଜନତାଙ୍କ ସହ ସିଧାସଳଖ ଆଲୋଚନା ମଧ୍ୟ କରିଥିଲେ । ୨୦୧୯ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଠି ଓ ୱାୟନାଡରୁ ନିର୍ବାଚନ ଲଢ଼ିଥିଲେ । ୱାୟନାଡରୁ ସେ ବିଜୟଲାଭ କରିଥିବାବେଳେ ଆମେଠିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିଲେ ।

Leave A Reply

Your email address will not be published.