ନବୀନଙ୍କ ଆଗରେ କାମ କଲାନି ମୋଦି ମ୍ୟାଜିକ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଡା ଟ୍ରାନ୍ସଫୋର୍ମର କହି ନବୀନଙ୍କୁ କରିଥିଲେ ଉପହାସ । ସେହି ପୋଡା ଟ୍ରାନ୍ସଫୋର୍ମର କରିଦେଲା ମୋଦିଙ୍କ ମୁହଁ କଳା । କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ଭୁବନେଶ୍ୱର, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ବିଜୟ ସଙ୍କଳ୍ପ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ । ଏହି ଅବସରରେ ଉକ୍ତ ଅଞ୍ଚଳର ବିକାଶ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ନବୀନଙ୍କୁ ପୋଡା ଟ୍ରାନ୍ସଫୋର୍ମର କହି ବଙ୍ଗୋପସାଗର ରେ ଓପାଡି ଫିଙ୍ଗି ଦେବାକୁ ଦେଉଥିଲେ ଆହ୍ୱାନ । ସାରାଦଶରେ ମୋଦି ଲହର ଥିବା ବେଳେ ଓଡ଼ିଶାରେ ବି ଏହାର ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଥିଲା । ହେଲେ ଓଡ଼ିଶାରେ ବିଜେପିକୁ ନିରାଶ ହେବାକୁ ପଡ଼ିଛି ।

ମୋଦି ନିଜେ ଯାଇ ନିର୍ବାଚନୀ ସଭାରେ ଯୋଗଦେଇଥିବା ସ୍ଥାନଗୁଡ଼ିକରେ ବିଜେପି ନିଶ୍ଚିତ ବହୂ ଆସନ ଅକ୍ତିଆର କରିବ ବୋଲି ଯେଉଁ ଆଶା କରାଯାଉଥିବା ତାହା ଫଳାଫଳ ଘୋଷଣା ହେବା ପରେ ସମ୍ପୁର୍ଣ୍ଣ ଭୁଲ୍‌ ପ୍ରମାଣିତ ହୋଇଛି । ମୋଦି ଯାଇଥିବା ୮ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନ ଖୁବ୍‌ କମ୍‌ ବିଧାନସଭା ଆସନରେ ଭାଜପା ଜିତିଛି । ଏଥିସହିତ ଲୋକସଭା ଆସନ ମଧ୍ୟରୁ କେବଳ କେନ୍ଦ୍ରାପଡ଼ା ଓ କୋରାପୁଟ ଛାଡିଦେଲେ ଅନ୍ୟ ୬ ଆସନରେ ବିଜେପି ବାଜିମାତ୍‌ କରିଛି ।

Leave A Reply

Your email address will not be published.