ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଏକ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିବାଦୀୟ ଜମି ବାହାରେ ଥିବା ଅଣ-ବିବାଦୀୟ ଜମିଗୁଡ଼ିକୁ ଛାଡ଼ି ଦେବାକୁ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି । ତାହାକୁ ରାମ ଜନ୍ମଭୂମି ନ୍ୟାସ ବା ହିନ୍ଦୁ ପକ୍ଷଙ୍କୁ ପ୍ରଦାନ କରିବାକୁ ଅନୁମତି ଦେବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି । ଆବେଦନରେ କେନ୍ଦ୍ର ସରକାର ଏଠାକର ୬୭ ଏକର ଜମି ମଧ୍ୟରୁ କିଛି ଜମି ମାଗିଛନ୍ତି । ଏଠାକାର ୨.୬୭ ଏକର ବିବାଦୀୟ ଜମି ବାହାରେ ଥିବା ଜମି ଯୋଗାଇଦେବାକୁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସରକାର । ୧୯୯୩ରେ କେନ୍ଦ୍ର ସରକାର ଅଯୋଧ୍ୟାରେ ବିବାଦୀୟ ଜମି ପରିସରରେ ଥିବା ଅଞ୍ଚଳ ଅଧିଗ୍ରହଣ କାର୍ଯ୍ୟ ସମ୍ପନ୍ନ କରିଥିଲେ ।

ସୂଚନାଯୋଗ୍ୟ, ୧୯୯୨ ମସିହାରେ ବାବ୍ରୀ ମସଜିଦ ଭଙ୍ଗା ହେବା ପୂର୍ବରୁ ଷୋଡ଼ଶ ଶତାବ୍ଦୀର ଏହି ମସଜିଦ ଯେଉଁ ସ୍ଥାନରେ ରହିଛି ସେଠାରେ ସୁପ୍ରିମ୍‌କୋର୍ଟ ସ୍ଥିତାବସ୍ଥା ଜାରି ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.