ମୋଦି ଓ ଶାହାଙ୍କୁ ଦୁର୍ଯ୍ୟୋଧନ ଓ ଦୁଶାସନ କହିଲେ ବିରୋଧୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କେନ୍ଦ୍ର ସରକାରଙ୍କ ବିରୋଧର ଏକ ରାଲିର ଅନୁଷ୍ଠିତ ହୋଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ, ଫାରୁକ ଅବଦୁଲା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ,ପୂର୍ବତନ ପ୍ରଧାନ ମନ୍ତ୍ରୀ ଏଚ୍‌ ଡି ଦେବଗୌଡ଼ା ଓ କଂଗ୍ରେସ ଡିଲର ଶରଦ ପାଓ୍ବାରଙ୍କ ସମେତ ଆପ୍‌ ନେତାମାନେ ଏଥିରେ ସାମିଲ ହୋଇଥିଲେ । ବିରୋଧୀଙ୍କ ପକ୍ଷରୁ ଆୟୋଜିତ ଏହି ଗଣତନ୍ତ୍ର ବଞ୍ଚାଅ ରାଲିରେ ସିପିଆଇଏମ୍‌ ନେତା ସିତାରାମ ୟାଚୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କୁ ଦୁର୍ଯ୍ୟୋଧନ ଓ ଦୁଶାସନ ବୋଲି ସମ୍ବୋଧନ କରିଥିଲେ ।

ସୂଚନାଯୋଗ୍ୟ, ଏହି ଗଣତନ୍ତ୍ର ବଞ୍ଚାଅ ରାଲିରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ପହଞ୍ଚିବା ପରେ ସେଠାରେ ତାଙ୍କର ଗଣତନ୍ତ୍ରର ରକ୍ଷା କରିବା ପାଇଁ ବିଭିନ୍ନ କାର୍ଟୁନ ପୋଷ୍ଟର ଲଗାଯାଇଥିଲା ।

Leave A Reply

Your email address will not be published.