ବାରାଣସୀକୁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ବଡ଼ ଉପହାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ କ୍ଷେତ୍ର ବାରାଣସୀକୁ ବଡ଼ ଧରଣର ଉପହାର ଦେବେ। ମୋଦୀ ଆଜି ବାରାଣସୀ ଲାଗି ୬୧୪ କୋଟି ଟଙ୍କାର ଯୋଜନାକୁ ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାରାଣସୀରେ କୃଷି, ପର୍ଯ୍ୟଟନ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏଥିପାଇଁ ମୋଟ ୬୧୪ କୋଟି ଟଙ୍କା ଖର୍ଚ୍ଚର ଆକଳନ କରାଯାଇଛି।
ଏନେଇ ଟୁଇଟ କରି ମୋଦୀ ଲେଖିଛନ୍ତି ଯେ, ବାରାଣସୀର ବିକାଶ ଯାତ୍ରାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ିହୋଇଯିବ। ଏଥିରେ କୃଷି ଏବଂ ପର୍ଯ୍ୟଟନ ସମେତ ଅନ୍ୟ ଭିତ୍ତିଭୂମି ସାମିଲ ରହିଛି।

Leave A Reply

Your email address will not be published.