ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମୋଦି!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାକିସ୍ତାନ ସାଧାରଣ ର୍ନିବାଚନରେ ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନଶାଫ(ପିଟିଆଇ) ସବୁଠାରୁ ବଡ ଦଳ ଭାବେ ବିବେଚିତ ହୋଇଥିଲା । ଫଳରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଆସନ୍ତା ୧୧ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପିଟିଆଇ ସାର୍କ ରାଷ୍ଟ୍ରର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିବ ବୋଲି ଜଣାପଡ଼ିଥିବା ବେଳେ ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇ ପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ମୋଦିଙ୍କ ବ୍ୟତୀତ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କାର ରାଷ୍ଟ୍ର ମୁଖ୍ୟମାନଙ୍କୁ ମଧ୍ୟ ଡକାଯାଇପାରେ । ମୋଦି ଫୋନ ଯୋଗେ ଇମ୍ରାନ ଖାନ୍‌ଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ତେବେ କାଲି ପିଟିଆଇ ପକ୍ଷରୁ ମୋଦିଙ୍କୁ ପାକିସ୍ତାନ ନମନ୍ତ୍ରଣ କରିବାକୁ ଯୋଜନା ଆରମ୍ଭ ହୋଇଛି । ଏନେଇ ପିଟିଆଇର କୋର୍‌ କମିଟି ସଦସ୍ୟମାନେ ବୈଠକ ମଧ୍ୟ କରିଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.