ବାରଣାସୀରୁ ଜିତିଲେ ମୋଦି, ସାରା ଦେଶରେ ମୋଦି ଲହର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶର ବାରାଣସୀରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩.୮୫ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କ ବିପକ୍ଷରେ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେହିପରି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ମଧ୍ୟ ମୋଦି ପଛରେ ପକାଇ ଦେଇଛନ୍ତି । ଗତଥର ମୋଦିଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ମୋଦି ତାଙ୍କୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

ସେହିପରି, ସାଧାରଣ ନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ସାରାଦେଶରେ ମୋଦି ଲହର ଦେଖିବାକୁ ମିଳିଛି । ଫଳାଫଳ ବାହାରିବାକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ସବୁଠି ବିଜେପି ଆଗରେ ରହିଛି । ମଧ୍ୟପ୍ରଦେଶ, ହରୟାଣା, ଅରୁଣାଚଳ ପ୍ରଦେଶ, ଗୁଜୁରାଟ, ଛତିଶଗଡ଼, ରାଜସ୍ଥାନ ଆଦି ରାଜ୍ୟରେ ବିଜେପି ଆଗରେ ରହିଛି । ସେହିପରି ପଶ୍ଚିମବଙ୍ଗ, ଓଡ଼ିଶା ଓ ତେଲେଙ୍ଗାନା ଆଦି ରାଜ୍ୟରେ ବିଜେପି ପଛରେ ରହିଛି । ତେବେ ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ବିଭିନ୍ନ ସ୍ଥାନରେ ଲୋକମାନେ ମୋଦି ମାସ୍କ ପିନ୍ଧି ବୁଲୁଥିବା ଦେଖାଯାଉଛି । ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣିଥରେ କ୍ଷମତା ଦଖଲ କରିବ ବୋଲି ସ୍ପଷ୍ଟ ହେଉଛି । ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିରୋଧୀ ଦଳଗୁଡିକ ମୋଦି ଓ ବିଜେପିକୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.