ପର୍ସରେ ରଖନ୍ତୁ ଏହି ଜିନିଷ ହେବ ଧନର ବର୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧନ ଓ ସମ୍ପତ୍ତି ପାଇବାର ଇଚ୍ଛା ତ ପ୍ରାୟ ସମସ୍ତଙ୍କର ରହିଥାଏ । ପ୍ରାୟ ସମସ୍ତେ ଚାହାଁନ୍ତି ଯେ ତାଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହେଉ । ଯଦି ଆପଣ ଧନ ଜନିତ ସମସ୍ୟାରେ ଚିନ୍ତିତ ଅଛନ୍ତି କି ଆପଣଙ୍କ ପର୍ସ ରେ ଟଙ୍କା ରହୁ ନାହିଁ ତେବେ ଆପଣ ଏହି ସବୁ ଜିନିଷ ମଧ୍ୟରୁ କୌଣସି ଏକ ଜିନିଷ ଆପଣଙ୍କ ପର୍ସ ରେ ରଖନ୍ତୁ । ତେବେ ଆପଣଙ୍କୁ ଧନ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତେବେ ଆସନ୍ତୁ ଆଜି ଆମେ ଜାଣିବା କଣ ସେହି ଜିନିଷ ଯାହାକୁ ଯଦି ଆପଣ ସୋମବାର ଦିନ ଆପଣ ନିଜ ପର୍ସ ରେ ରଖନ୍ତି ତେବେ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ ।
୧. ରକ୍ଷା ସୂତା – ରକ୍ଷା ସୂତାରେ ୭ ଟି ଗଣ୍ଠି ପକାଇ ସୋମବାର ଦିନ ଶ୍ରୀ ଗଣେଶ ଭଗବାନଙ୍କ ସାମ୍ନା ରେ ରଖନ୍ତୁ ଓ ପୂଜା କରନ୍ତୁ , ଏହା ପରେ ସନ୍ଧ୍ୟା ସମୟରେ ତାହାକୁ ଆଣି ଆପଣଙ୍କ ପର୍ସ ରେ ରଖନ୍ତୁ । ଏହି ଉପାୟ କରିବା ଦ୍ଵାରା ଆବଶ୍ୟକତା ଅନୁସାରେ ଆପଣଙ୍କ ପାଖକୁ ଧନ ଆସିଥାଏ । କେବେ ବି ଧନ ସମ୍ପଦ ର ଅଭାବ ହୋଇ ନଥାଏ ।
୨. ଲାଲ ରଙ୍ଗର କାଗଜ: ଗୁରୁବାର ଦିନ ଆପଣ ଏକ ନାଲି ରଙ୍ଗର କାଗଜରେ ଓଁ ଲେଖି ତାହାକୁ ଆପଣ ନିଜ ପର୍ସ ରେ ରଖନ୍ତୁ । ଏହା ଆପଣଙ୍କ ଜୀବନରେ ଧନ ଜନିତ ସମସ୍ୟାକୁ ଦୂର କରିଥାଏ ।
୩. ଚାଉଳ: ଗୁରୁବାର ଦିନ ଅରୁଆ ଚାଉଳର ୭ ଟି ଦାନା ନିଅନ୍ତୁ ଓ ତାହାକୁ ଘରର ମନ୍ଦିରରେ ରଖନ୍ତୁ । ଏହାକୁ ଧୂପ ଓ ଦୀପ ରେ ପୂଜା କରନ୍ତୁ ଓ ତାହା ପରେ ସେହି ୭ ଟି ଚାଉଳକୁ ପର୍ସ ରେ ରଖନ୍ତୁ । ଆପଣ ଚାହିଁବେ ତ କୌଣସି କାଗଜରେ କିମ୍ବା କୌଣସି କପଡାରେ ବାନ୍ଧି କି ମଧ୍ୟ ଆପଣ ପର୍ସ ରେ ରଖି ପାରିବେ ।
୪. ଗଣେଶ ଭଗବାନଙ୍କ ଫଟୋ : ସୋମବାର ଦିନ ଯଦି ଆପଣ ଗଣେଶ ଭଗବାନଙ୍କ ଫଟୋ ଆପଣଙ୍କ ପର୍ସ ରେ ରଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦାୟକ ହୋଇଥାଏ ।

Leave A Reply

Your email address will not be published.