ତେଲ ଟାଙ୍କିରୁ ଜବତ ହେଲା ନିର୍ବାଚନୀ ଟଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପେଟ୍ରୋଲ ପମ୍ପ ଉପରେ ଫ୍ଲାଇଂ ସ୍କ୍ୱାର୍ଡ ର ଚଢ଼ାଉ । ଜବତ ହେଲା ୭ଲକ୍ଷରୁ ଉର୍ଦ୍ଧ ଟଙ୍କା । କଟକ ସ୍ଥିତ ଏହି ପେଟ୍ରୋଲ ପମ୍ପ ଟି ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ପରିବାର ଲୋକଙ୍କ ନାଁରେ ରହିଥିବା ଜଣାପଡିଛି । ଏହି ଟଙ୍କା ନିର୍ବାଚନ ପାଇଁ ଆସିଥିବା ପୋଲିସ ସନ୍ଦେହ କରୁଛି ।

ସୂଚନା ଅନୁଯାୟୀ, ଗତକାଲି ଖବର ପାଇ ଅତର୍କିତ ଭାବେ କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟ ପେଟ୍ରୋଲ ପମ୍ପରେ ଚଢାଉ କରିଥିଲା ଫ୍ଲାଇଂ ସ୍କ୍ୱାର୍ଡ । ଏହି ଚଢ଼ାଉ ସମୟରେ ପେଟ୍ରୋଲ ପମ୍ପ ରୁ ୭ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ ହୋଇଥିବା କଟକ ଡିସିପି ସୂଚନା ଦେଇଛନ୍ତି । ଏହି ଟଙ୍କା ତେଲ ବିକ୍ରି ଟଙ୍କା ବୋଲି ପେଟ୍ରୋଲ ପମ୍ପ କର୍ମଚାରୀ କହିଥିଲେ ମଧ୍ୟ ଏତେ ଟଙ୍କା ଗୋଟିଏ ଦିନର ତେଲ ବିକ୍ରି ଟଙ୍କା ସମ୍ଭବପର ନୁହେଁ ବୋଲି କଟକ ଡିସିପି ଅଖିଳେଶ ସିଂ କହିଛନ୍ତି । ତେବେ ଏ ଚଢ଼ାଉ ନେଇ ସାଲେପୁର ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା କୌଣସି ମତବ୍ୟକ୍ତ କରିନାହାନ୍ତି ।

 

Leave A Reply

Your email address will not be published.