ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି ; ଜାଣନ୍ତୁ କ’ଣ ରହିଛି

0

ଦେଶରେ କରୋନା ସାଙ୍ଗକୁ ମଙ୍କିପକ୍ସ ଚିନ୍ତା ବଢ଼ାଇଲାଣି । କେରଳରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ମଧ୍ୟ ମଙ୍କିପକ୍ସ ଲକ୍ଷଣ ଦେଖିବାକୁ ମିଳିଥିଲା। ମଙ୍କିପକ୍ସ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବା ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବରୁ ଚେତାବନୀ ଦେଇଥିଲା।

ଏବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି। ମଙ୍କିପକ୍ସ ରୋଗୀଙ୍କ ଠାରୁ ସଂକ୍ରମଣ ହେବାରୁ ବର୍ତ୍ତିବା ପାଇଁ ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି।

ସମଲିଙ୍ଗୀ ପୁରୁଷମାନେ ମଙ୍କିପକ୍ସରେ ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ ରହିଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ମାମଲାରେ ୯୯ ପ୍ରତିଶତ କେବଳ ପୁରୁଷ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥିବା ୯୫ ପ୍ରତିଶତ ମାମଲା ଥିବା WHO କହିଛି।

– ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ ।

– ତିନି ଥାକିଆ ମାସ୍କ ପିନ୍ଧିବେ। ଶରୀରରେ ହୋଇଥିବା ଘା ଓ ବଥ ଗୁଡିକୁ ଯଥା ସମ୍ଭବ ଘୋଡାଇ ରଖିବେ।

– ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ ।

– ମଙ୍କିପକ୍ସ ଆକ୍ରାନ୍ତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପିପିଇ କିଟ୍ ପିନ୍ଧିବେ।

– ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଲକ୍ଷଣ ନଥିଲେ ବି ବ୍ଲଡ, ସେଲ ଓ ଟିସୁ ଦାନ କରିପାରିବେ ନାହିଁ।

– ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବାରମ୍ବାର ହାତ ଧୋଇବା ସହ ସାନିଟାଇଜର ବ୍ୟବହାର କରିବେ।

ସୂଚନା ଅନୁଯାୟୀ, ତେବେ ଭାରତରେ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହେବାରୁ ସରକାର ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।

SOA post below
Leave a comment