ଜୁନ୍ ୪ରେ କେରଳ ଛୁଇଁବ ମୌସୁମୀ !

ଜୁନ୍ ୪ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ। ମୌସୁମୀ ସବଳ ହେଲେ ୪ ସୁଦ୍ଧା କେରଳ ଛୁଇଁବାର ସମ୍ଭାବନା ରହିଛି। ଜୁନ୍ ପହିଲା ସୁଦ୍ଧା ମୌସୁମୀ ପହଞ୍ଚିବାର ସମ୍ଭାବନା ନାହିଁ। ଦେଶରେ ଜୁନ୍ରୁ ସେପ୍ଟେମ୍ଵର ପର୍ଯ୍ୟନ୍ତ ମୌସୁମୀ ରୁହେ। ଚଳିତ ବର୍ଷ ସ୍ଵାଭାବିକ ବର୍ଷା ହୋଇପାରେ। ଏନେଇ ଆଇଏମଡି ଆକଳନ କରିଛି।
ସୂଚନାନୁଯାୟୀ, ଜୁନରୁ ସେପ୍ଟେମ୍ଵର ପର୍ଯ୍ୟନ୍ତ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ସାମାନ୍ୟ ରହିବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ଭାରତ ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନରେ କମ୍ ବର୍ଷା ହେବ। ପ୍ରାୟ ଦ୍ଵୀପୀୟ ଭାରତରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।