୨୫ରୁ ବିଧାନସଭା ମୌସୁମୀ ଅଧିବେଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ । ଏ ନେଇ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ୨୫ ତାରିଖରୁ ବିଧାନସଭା ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ । ପ୍ରଥମ ଦିବସରେ ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ରଖିବେ । ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା କରାଯିବ ଏବଂ ୨୭ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ସେହିପରି ଜୁନ ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବ । ପହିଲାରୁ ବଜେଟ ଉପରେ ଆଲୋଚନା ଆରମ୍ଭ ହେବ । ସେହିମାସ ୩ରୁ ୧୧ ତାରିଖ ଯାଏ ବିଧାନସଭା ଅଧିବେଶନ ବନ୍ଦ ରହିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ  ଜୁଲାଇ ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ବଜେଟ ଅନୁମୋଦନ ହେବା ସହିତ ବିଧାନସଭାରେ ଆଗତ ହୋଇଥିବା ବିଭିନ୍ନ ବିଲ୍‌ ଅନୁମୋଦିତ ହେବ । ଏହି ମୌସୁମୀ ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି ।

Leave A Reply

Your email address will not be published.