ଆଜି ପୁଣି ୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଆଜି ପୁଣି ୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ୪୮ ଜଣଙ୍କ ମଧ୍ୟରୁ ୪୭ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଅନ୍ୟଜଣେ ଜେଲରେ ଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି,ଗଞ୍ଜାମ ଜିଲ୍ଲାରୁ ୧୫ଜଣ, ବଲାଙ୍ଗୀର ଜିଲ୍ଲାରେ ଓ କନ୍ଧମାଳ ଜିଲ୍ଲାରେ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ୪ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.