ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ପଢନ୍ତୁ କେଉଁ ଜିଲ୍ଲାର କେତେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୫୧ ଜଣକ ମଧ୍ୟରେ ପୁରୀରୁ ଜଣେ ଓ କଳାହାଣ୍ଡି ଜିଲ୍ଲାରୁ ଆଜି ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମ ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୫, ସମ୍ବଲପୁର ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୩, ନୟାଗଡ଼ ଜିଲ୍ଲାରୁ ୧୧, ଜଗତସିଂହପୁରରୁ ୨, ଅନୁଗୁଳ ଜିଲ୍ଲାରୁ ୨ ଓ କଟକ ଜିଲ୍ଲାରୁ ୯ ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି

ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୫୩ରେ ପହଞ୍ଚିଥିବା ବେଳେ ୩୪୭ଜଣ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।

Leave A Reply

Your email address will not be published.