ସୁନା ଅଧିକ ଯାତ୍ରୀ କମ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ପୁଣି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରୁ ସୁନା ଜବତ ହୋଇଛି । ବ୍ଯାଂକକରୁ ଭୁବନେଶ୍ୱର ଆସୁଥିବା ୨ ଯାତ୍ରୀଙ୍କ ଠାରୁ ପ୍ରାୟ ୪୦୦ ଶହ ଗ୍ରାମର ସୁନା ଜବତ ହୋଇଥିବା ଜଣାପଡ଼ିଛି। ହେଲେ ଏହି ସୁନା ଉପରେ ରୁପାର କୋଟିଙ୍ଗ ଦିଆଯାଇଛି। ଏହାକୁ ନେଇ କସଟମ ଅଫିସର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛନ୍ତି।

ଶନିବାର ସକାଳେ ଏୟାରଏସିଆ ବିମାନରେ ବ୍ୟାଙ୍କଙ୍ଗରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କୁ ଯାଂଚ କରାଯାଇଥିଲା। ବିମାନ ବନ୍ଦରରେ ଯାଂଚ ବେଳେ ଦୁଇ ଯାତ୍ରୀଙ୍କ ବ୍ୟାଗରେ ରୂପା ଲେପ ଦିଆଯାଇଥିବା ପ୍ରାୟ ୪୦୦ ଗ୍ରାମ ସୁନା ମିଳିଥିଲା।
ସନ୍ଦେହରେ ସୀମାଶୁଳ୍କ ବିଭାଗ ସେମାନଙ୍କୁ ହେପାଜତକୁ ନେଇ ପଚରାଉଚରା କରିଛି। ତେବେ ଉକ୍ତ ସୁନା ସେମାନେ କିଣିକି ଆଣିଥିବା ଜେରା ବେଳେ କହିଛନ୍ତି। ହେଲେ ରୁପା ଲେପ ଦେଇଥିବାରୁ ସୀମାଶୁଳ୍କ ବିଭାଗର ସନ୍ଦେହ ହେଉଛି। ଘଟଣାର ସତ୍ୟାସତ୍ୟ ଜାଣିବାକୁ ବିଭାଗ ଉଦ୍ୟମ କରୁଥିବା ବେଳେ ଦୁଇ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରିଛି।

ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟିଛି। ଏକ ସପ୍ତାହ ମଧ୍ୟରେ ୩୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଓ ୧୨ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।
ଭୁବନେଶ୍ୱରରେ ଆନ୍ତର୍ଜାତୀୟ ବିମାନ ବନ୍ଦର ହେବା ପରେ ଏଭଳି ଘଟଣା ବଢ଼ିବାରେ ଲାଗିଛି। ଏହା ରାଜଧାନୀର ରେ କେଉଁ ସୁନା ବ୍ୟବସାୟୀଙ୍କ ପାଖକୁ ଆସୁଛି ତାହା ବଡ଼ ପ୍ରଶ୍ନବାଚି ସୃଷ୍ଟି କରୁଛି।

Leave A Reply

Your email address will not be published.