ଭାଜପା ଛାଡିଲେ ଶତାଧିକ ଛାତ୍ର ନେତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜେବି କଲେଜ ର ଦୁଇ ପୂର୍ବତନ ସଭାପତି ଙ୍କ ସହିତ ଶତାଧିକ ଛାତ୍ରନେତା ଭାଜପା ରୁ ଇସ୍ତଫା ଦେଇଛନ୍ତି। ସେମାନେ ଭୁବନେଶ୍ୱର ର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ସହ ଅନ୍ୟାନ୍ୟ ମହାବିଦ୍ୟାଳୟ ରେ ଭାରତୀୟ ଜନତା ପାର୍ଟି ସଂଗଠନ କୁ ମଜଭୁତ କରିବା ପାଇଁ କାର୍ଯ୍ୟ କରୁଥିଲେ। ମାତ୍ର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଛାତ୍ର ସଂସଦ ର ପୂର୍ବତନ ସଭାପତି ଶିବପ୍ରସଦ ନାୟକ ଓ ଲଗ୍ନଜିତ ପାତ୍ର ଅଭଯୋଗ କରିଛନ୍ତି କି ଛାତ୍ର ଛାତ୍ରୀ ଙ୍କ ପାଇଁ ଭାଜପା ର କୌଣସି ନୀତି ନାହିଁ। ଭାଜପା ର ଛାତ୍ର ସଂଗଠନ ଏ.ବି.ଭି.ପି କେବଳ ନିର୍ବାଚନ ସମୟରେ ହିଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କୁ ଆସିଥାନ୍ତି।ପୁରା ବର୍ଷ ଛାତ୍ର ମନେ ବୃକ୍ଷ ରୋପଣ, ବସ୍ତି ସଫେଇ, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥାନ୍ତି କିନ୍ତୁ ଦୁଃଖର ବିଷୟ ଏହି ସବୁ କାର୍ଯ୍ୟ ପାଇଁ ଭାଜପା ତରଫରୁ କୌଣସି ସାହାଯ୍ୟ ମିଳିନଥାଏ। ଭାଜପା ର ଏହି ଅସହଯୋଗ ପାଇଁ ସେମାନେ ଇସ୍ତଫା ଦେବାପାଇଁ ବାଧ୍ୟହୋଇଛନ୍ତି।
ସମସ୍ତ ଛାତ୍ର ନେତା ମାନେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଙ୍କ ନିକଟକୁ ପଠାଇଦେଇଛନ୍ତି।

Sikshaya
Leave A Reply

Your email address will not be published.