ଦହି ଖାଇ ୨୦ରୁ ଅଧିକ ଅସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଷାକ୍ତ ଦହି ଖାଇ ୨୦ରୁ ଅଧିକ ଅସୁସ୍ଥ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳର ବେନିଆପୋଷୀ, ଲୁନ୍ଦୁରୁଡିହି, ଗୋଷାଇପଡା ଓ ଜଣ୍ଡା ଆଦି ୪ଟି ଗାଁର ୨୦ରୁ ଅଧିକ ଲୋକ ଝାଡବାନ୍ତିରେ ଆକ୍ରାନ୍ତ ହେବା ସହ ଅସୁସ୍ଥ ହୋଇପଡିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ କୁନ୍ତରା ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ଦହି କିଣି ଖାଇବା ପରେ ରାତିରେ ଝାଡାବାନ୍ତି ହୋଇଥିଲା । ଫଳରେ କୁସୁମୀ ଫାଣ୍ଡିକୁ ଖବର ଦିଆଯିବାରୁ ଆମ୍ବୁଲାନ୍ସ ଡକାଇ ସମସ୍ତଙ୍କୁ କୁନ୍ତରା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.