ପୁଣି ହେଲା ୩୦ରୁ ଉର୍ଦ୍ଧ୍ବ ନାଗ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗତ କିଛି ଦିନ ଭିତରେ ଭଦ୍ରକ ଧାମନଗରରୁ ଶତାଧିକ ନାଗ ସାପ ଉଦ୍ଧାର କରାଯାଇଥିଲା। ଯାହାକୁ ନେଇ ଏବେ ସେଠାରେ ଭୟର ବାତାବରଣ ଦେଖାଦେଇଛି । ସାପ ଉଦ୍ଧାର ଖବରକୁ ନେଇ ତିନି ଦିନ ହେଲା ଚର୍ଚ୍ଚା ଆଲୋଚନା ଲାଗି ରହିଥିବାବେଳେ। ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରୁ ଆଜି ୩୦ରୁ ଉର୍ଦ୍ଧ୍ବ ନାଗ ସାପ ଉଦ୍ଧାର କରାଯାଇଛି । ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ବେଗୁନିଆ ଗାଁର କଳ୍ପତରୁ ନାୟକଙ୍କ ଘରୁ ୧୦ରୁ ଅଧିଳ ନାଗସାପ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୭ଟି ସାପ ଜୀବନ୍ତ ଥିବା ବେଳେ ଅନ୍ୟ ୩ଟି ସାପକୁ ଭୟରେ ଲୋକେ ପିଟି ମାରିଦେଇଛନ୍ତି । ଏବେ ବି ଘର ଭିତରେ ଥିବା ଗାତରେ ସାପ ଥିବା ଆଶଙ୍କା କରାଯାଉଛି ।

ସେହିପରି କେନ୍ଦ୍ରାପଡା ଜିଲ୍ଲା ଚକ୍ରୋଡା ଅଞ୍ଚଳରୁ ଜଣଙ୍କ ଘରୁ ୨୦ ନାଗ ସାପ ଉଦ୍ଧାର କରାଯାଇଛି। ଆଉ ସାପ ଥିବା ସନ୍ଦେହରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରର ମାଟି କାନ୍ଥ ଖୋଲା ଚାଲିଛି।

Leave A Reply

Your email address will not be published.