ମସ୍ତିଷ୍କ ଜ୍ୱରରେ ୧୩୫ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ

ଶ୍ରୀକ୍ରିଷ୍ଣା ମେଡିକାଲର ସିନିୟର ଡାକ୍ତର ଭିମସେନ କୁମାର ନିଲମ୍ବିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ୧୩୫ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଥମ ପଦକ୍ଷେପ ସ୍ବରୂପ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲର ସିନିୟର ରେସିଡେନ୍ସ ଡାକ୍ତର ଭିମସେନ କୁମାରଙ୍କୁ ନିଲମ୍ବନ କରିଛନ୍ତି । ଡାକ୍ତର ଭୀମସେନ ତାଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୁଜାଫରନଗର ଜିଲ୍ଲାରେ ଏ.ଇ.ଏସ ରୋଗ ବେକାବୁ ହେବା ପରେ ୧୯ ତାରିଖରେ ଡାକ୍ତର ଭୀମସେନଙ୍କୁ ଶ୍ରୀକୃଷ୍ଣା ମେଡିକାଲ ହସ୍ପିଟାଲରେ ନିୟୋଜିତ କରିଥିଲା ବିହାର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ । ହେଲେ ଏହାପରେ ଏ.ଇ.ଏସ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଅଧିକ ବଢ଼ିଥିବା ଜଣାପଡ଼ିଛି । ମସ୍ତିଷ୍କ ଜ୍ୱରରେ ପୀଡିତ ହୋଇ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରାୟ ଶିଶୁଙ୍କ ମୃତ୍ୟୁ ହେଲାଣି । ଦିନକୁ ଦିନ ଏହି ରୋଗ ବ୍ୟାପୁଥିବାରୁ ଲୋକେ ଭୟଭୀତ ହୋଇ ଘର ଛାଡୁଥିବା ଜଣାପଡିଛି । ଆଉ କେତେକ ଲୋକେ ନିଜ ନିଜ ପିଲାଙ୍କୁ ଦୂର ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଉଥିବା କହିଛନ୍ତି ।

ସୂଚନାଯୋଗ୍ୟ, ବିହାରର ୧୬ଟି ଜିଲ୍ଲା ଏବେ ଏ.ଇ.ଏସ ରୋଗର ଶିକାର ହୋଇଛି । ୧୩୫ରୁ ଅଧିକ ଛୋଟ ଛୁଆଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି । ଏବେ ୬୦୦ରୁ ଅଧିକ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ରହିଛି ।

Leave A Reply

Your email address will not be published.