ସକାଳୁ ଉଠି ଏମାନଙ୍କ ମୁହଁ ଦେଖିଲେ ହେବ ସର୍ବନାଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆପଣ ଗୋଟିଏ ଲୋକକଥା ଶୁଣିଥିବେ କି ସକାଳୁ ଉଠି କାହା ମୁହଁ ଚାହିଁଲେ ପୁରା ଦିନ ପୁରା ଖରାପ ରେ କଟିଲା। ତେବେ ଆଜି ଆମେ ଆପଣଙ୍କୁ ଏହିପରି କିଛି ଜିନିଷ ବିଷୟରେ କହିବୁ ଯାହାକୁ ସକାଳୁ ଉଠି ଭୁଲରେ ବି ଦେଖିବା ଉଚିତ ନୁହେଁ, ଏହା ଦ୍ଵାରା ଆପଣଙ୍କର ପୁରା ଦିନଟି ଅଶୁଭରେ କଟିଥାଏ। ପ୍ରତ୍ଯେକ ଦିନ ସୂର୍ଯ୍ୟ ଙ୍କ ଉଦୟ ସହିତ ଏକ ନୂଆ ଦିନର ଆରମ୍ଭ ହୋଇଥାଏ। ଦିନଟି ଭଲରେ କଟୁ ଏଥିପାଇଁ ଲୋକମାନେ ସକାଳୁ ଉଠି ଶୁଭ ବିଚାର ଆଣିବାକୁ ଚେଷ୍ଟା କରିଥାନ୍ତି।

ଯଦି ସକାଳୁ କୌଣସି ଖରାପ କାର୍ଯ୍ୟ କରାଯାଏ ତାହେଲେ ତାହାର ନକରାତ୍ମକ ପ୍ରଭାବ ସାରା ଦିନ ରହିଥାଏ । ବ୍ୟକ୍ତି ତାହାର ମନ ଓ ମସ୍ତିସ୍କ ରୁ ସେହି ଖରାପ ବିଚାରକୁ ବାହାର କରି ପାରି ନଥାଏ ଏବଂ ତାହାର ସାରା ଦିନ ଖରାପ ରେ କଟିଥାଏ ।ଏଥିପାଇଁ ମହାପୁରୁଷ ମାନେ କହିଛନ୍ତି ଶୁଭ ବସ୍ତୁ ଦେଖିବା ଦ୍ଵାରା ସକରାତ୍ମକ ଊର୍ଜାର ବାତାବରଣ ସାରା ଦିନ ରହିଥାଏ । ଏଥିପାଇଁ ସକାଳୁ ସକାଳୁ ଅଶୁଭ ଜିନିଷ ଦେଖିବାରୁ ବଞ୍ଚିତ ହେବା ଉଚିତ । ଏବେ ଆସନ୍ତୁ ଜାଣିବା ସକାଳୁ ଉଠି କଣ ଦେଖିବା ଅନୁଚିତ ଅଟେ ।

ସକାଳୁ ଆଖି ଖୋଲିବା ପରେ ଦର୍ପଣ ଦେଖିବା ଅଶୁଭ ହୋଇଥାଏ । ବେଡ ରୁମ ରେ ଦର୍ପଣ ରଖିବା ଉଚିତ ନୁହେଁ । କିନ୍ତୁ ଯଦି ରଖିବାକୁ ପଡୁଛି ତେବେ ଏପରି ରଖନ୍ତୁ ଯେପରି ସକାଳୁ ଉଠିବା ମାତ୍ରେ ଆପଣଙ୍କର ମୁହଁ ଯେପରି ସେହି ଦର୍ପଣ ରେ ଦେଖା ନଯାଏ । ସେହି ଦର୍ପଣ ରେ ଆପଣଙ୍କର ବେଡ ଦେଖାଯିବା ଉଚିତ ନୁହେଁ । ଯଦି ଏପରି ରଖିବାକୁ ପଡୁଛି ତେବେ ସାରା ଦିନ ଆପଣ ଦର୍ପଣ ଟିକୁ କପଡାରେ ଘୋଡାଇ ରଖନ୍ତୁ। ଯେତେବେଳେ ଆବଶ୍ୟକ ସେତେବେଳେ ବ୍ୟବହାର କରନ୍ତୁ।

ସୋଇଥିବା ଶେଯ ବା ଖଟରୁ ଉଠିବା ପରେ ଆପଣ ନିଜର ଛାଇ ଦେଖନ୍ତୁ ନାହିଁ । ସେହି ସମୟରେ କୌଣସି ଅନ୍ୟ ବ୍ୟକ୍ତି ର ଛାଇ ଦେଖିବା ମଧ୍ୟ ଅଶୁଭ ହୋଇଥାଏ । ଏଣୁ ସକାଳୁ ଉଠିବା ପରେ ନିଜର ଛାଇ ବା ଅନ୍ୟ କାହାର ଛାଇ ଦେଖନ୍ତୁ ନାହିଁ । ସକାଳୁ ସକାଳୁ କାହାର ଛାଇ ଦେଖିବା ଦ୍ଵାରା ଆପଣଙ୍କର ସାରା ଦିନ ଟି ନକରାତ୍ମକ ଭାବନାରେ କଟିବାର ଆଶଙ୍କା ଥାଏ।

ଘରେ ଜଙ୍ଗଲି ଜନ୍ତୁ ବିଶେଷ କରି ହିଂସ୍ର ଜନ୍ତୁ ମାନଙ୍କର ଫଟୋ ଲଗାଇବା ଠିକ ନୁହେଁ । ଏହା ଦ୍ଵାରା ନକରାତ୍ମକ ଊର୍ଜ୍ଜାର ସଂଚାର ହୋଇଥାଏ ଓ ପରିବାରରେ ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ଭାବନା ଠିକ ରହି ନଥାଏ । ହିଂସ୍ର ଭାବ ସୃଷ୍ଟି ହୋଇଥାଏ । ସେଥିପାଇଁ କୌଣସି ପରିସ୍ଥିତିରେ ହିଂସ୍ର ଜନ୍ତୁ ମାନଙ୍କର ଫଟୋ ଘରେ ରଖିବା ଉଚିତ ନୁହେଁ।

Leave A Reply

Your email address will not be published.