କରୋନାରେ ଚାଲିଗଲେ କେନ୍ଦ୍ରମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପରଲୋକରେ କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗଡି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି । ସେପ୍ଟେମ୍ବର୧୧ରେ ସୁରେଶ ଅଙ୍ଗଡି କରୋନାରେ ସଂକ୍ରମିତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସୁରେଶ ଅଙ୍ଗଡି କେନ୍ଦ୍ର ରାଜ୍ୟ ରେଳ ମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ନେତା, କଂଗ୍ରେସ ନେତା ସୁରେଶ ଅଙ୍ଗଡିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
କର୍ଣ୍ଣାଟକ ବେଲାଗାଭିର ସେ ସାଂସଦ ଥିଲେ ।

ସୁରେଶ ଅଙ୍ଗଡି କର୍ଣ୍ଣାଟକରେ ବିଜେପିକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ସେ ଜଣେ ଉତ୍ସର୍ଗୀକୃତ ସାଂସଦ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିଲେ । ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ କେନ୍ଦ୍ର ମନ୍ତ୍ରୀଙ୍କ ଦେହାନ୍ତ ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ସବୁବେଳେ ହସ ହସ ମୁହଁରେ କଥା ହେଉଥିବା ଅଙ୍ଗଡି ମହୋଦୟଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ ।

Leave A Reply

Your email address will not be published.