ଲୁହରେ ଭିଜିଲା ମା’ ର ପଣତ

0

ଓଡିଶା ଫାଷ୍ଟ(ବ୍ୟୁରୋ): ବାଙ୍କୀ ତାଳବସ୍ତପାଟଣା ଗାଁରେ ମାଙ୍କଡ଼ ଉଠାଇ ନେଇଥିବା ୧୫ଦିନର ଶିଶୁର ମୃତଦେହ ପଡ଼ୋଶୀଙ୍କ ଘର ପଛପଟ କୁଅରୁ ମିଳିଛି। ମୃତଦେହ ଟି କୂଅରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଶନିବାର ଭୋର ୫ଟା ସମୟରେ ଘରେ ଶୋଇଥିବା ବେଳେ ଏକ ଉଦ୍ଧତ ମାଙ୍କଡ଼ ଶିଶୁଟିକୁ ଉଠାଇ ନେବା ଘଟଣା ପୂରା ରାଜ୍ୟରେ ଆଶ୍ଚର୍ଯ୍ୟ ଜନକ ବିଷୟ ହୋଇଛି ।

ଶିଶୁଟିକୁ ଉଦ୍ଧାର କରିବାକୁ ବନ ବିଭାଗ,ଗାଁ ଲୋକେ ଓ ଅଗ୍ନିଶମ ବିଭାଗ ସମେତ ସମସ୍ତେ ପୂରା ଜୋର ଲଗାଇ ଦେଇଥିଲେ । ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ ମାତ୍ର ଶିଶୁଟିର କୌଣସି ଖୋଜଖବର ମିଳିନଥିଲା ।

ଘଟଣାକୁ ନେଇ ଶିଶୁଟିର ମା’ ଆଖିରୁ ଲୁହଧାର ବନ୍ଦ ହୋଇନଥିଲା ଓ ସେ ସ୍ଥାଣୁ ପାଲଟିଯାଇଥିଲେ। ଅନ୍ୟପଟେ ବାପା ହନୁମାନ ମନ୍ଦିରରେ ଅଧିଆ ପଡିଥିଲେ।

ଦିନ ଦିନ ରାତି ଏକ କରି ପିଲଟାକୁ ଉଦ୍ଧାର କରିବାକୁ ଅପରେସନ ଜାରି ରହିଥିଲା । କିନ୍ତୁ ଆଜି ପିଲାଟିର ମୃତଦେହ ମିଳିବା ପରେ ଘଟଣାକୁ ନେଇ
ଗ୍ରାମବାସୀଙ୍କ ମନରେ ଦୁଃଖ ସହ ଉଦ୍ଧତ ମାଙ୍କଡ଼ର ଆତଙ୍କ ଖେଳିଯାଇଛି।

Sikshaya
Leave A Reply

Your email address will not be published.