ନିଜ ଝିଅକୁ ଦୁଷ୍କର୍ମ କରୁଥିଲା ମାଆ, ମିଳିଲା ୭୨୩ବର୍ଷ ଜେଲ୍ ଦଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେରିକାରେ ଜଣେ ମହିଳା ନିଜ ଝିଅ ଏବଂ ନିଜ ସାବତ ଝିଅକୁ ଯୌନ ଶୋଷଣ କରିବା ଅଭିଯୋଗରେ ୭୨୩ବର୍ଷରୁ ଅଧିକ ଜେଲ୍ ଦଣ୍ଡ ଶୁଣାଯାଇଛି। ଏହି ମାମଲାରେ ଲିଜାଙ୍କ ସ୍ବାମୀ ମାଇକେଲ୍ ଲେଶରଙ୍କୁ ୪୩୮ବର୍ଷର ଜେଲ୍ ଦଣ୍ଡ ଶୁଣାଯାଇଛି।

୪୧ବର୍ଷ ବୟସ୍କା ଲିଜା ମ୍ୟାରି ଲେଶରଙ୍କୁ ନଭ୍ବେର ୭୨୩ ବର୍ଷର ଜେଲ୍ ଦଣ୍ଡ ଶୁଣାଯାଇଛି। ଏହି ମାମଲାର ନିଷ୍ପତ୍ତି ବିଚାରପତି ଷ୍ଟିଫେନ୍ ବ୍ରାଉନ୍ ଶୁଣାଇଛନ୍ତି ଏବଂ ଆମେରିକାର ଆଇନ୍ ହିସାବରେ ଏପରି ମାମଲାରେ ଏହା ଅଧିକତର ଦଣ୍ଡ ହୋଇଥାଏ। ଲିଜାଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଲାଗିଛି। ସୂଚନା ଅନୁସାରେ ଲିଜା ନିଜ ସ୍ବାମୀ ସହ ମିଶି ନିଜ ଝିଅ ଏବଂ ନିଜ ସାବତ ଝିଅକୁ ଅନେକ ବର୍ଷ ଯାଏଁ ଯୌନ ନିର୍ଯାତନା ଦେଉଥିଲେ।

Leave A Reply

Your email address will not be published.