ମାଉଥ୍ ୱାଶ୍ ବ୍ୟବହାର କରିବା ଦ୍ୱାରା ଦୂର ହେବ ୯୯.୯ ପ୍ରତିଶତ କରୋନା ଭାଇରସ୍ : ୟୁନିଲିଭର

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବିଶ୍ୱର ଅଗ୍ରଣୀ ଗ୍ଲୋବାଲ ଏଫଏମସିଜି କମ୍ପାନୀ ୟୁନିଲିଭର ପକ୍ଷରୁ ଏକ ବଡ଼ ଦାବି କରାଯାଇଛି। କମ୍ପାନୀ କହିଛି ଯେ, ନୂଆ ମାଉଥ୍ ୱାଶକୁ ବ୍ୟବହାର କରିବାର ୩୦ ସେକେଣ୍ଡ ମଧ୍ୟରେ ୯୯.୯ ପ୍ରତିଶତ କରୋନାଭାଇରସ୍ ଦୂର କରାଯାଇ ପାରିବ। କମ୍ପାନୀପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ନୂତନ ମାଉଥ୍ ୱାଶ୍ ବ୍ୟବହାରକରି କୋଭିଡ୍ -19 (କୋଭିଡ୍ -19)ରୁ ସୁରକ୍ଷିତ ରହିପାରିବେ। କମ୍ପାନୀ ଆସନ୍ତା ମାସରେ ଭାରତରେ ମଧ୍ୟ ଏହାର ନୂଆ କରୋନା ପ୍ରତିରୋଧୀ ମାଉଥ୍ ୱାଶ୍ ଲଞ୍ଚ କରିବ ବୋଲି ଜଣାପଡିଛି। ତେବେ କମ୍ପାନୀ ଏହା ସ୍ପଷ୍ଟ କରିଛି ଯେ ଏହି ମାଉଥ୍ ୱାଶ୍ ର ବ୍ୟବହାର ଦ୍ୱାରା କୋଭିଡ -19 ରୁ ଉପଶମ ମିଳିବ ନାହିଁ କିମ୍ୱା କରୋନା ବିସ୍ତାରକୁ ଏହା ରୋକିବାରେ ସାହାଯ୍ୟ କରିବ ନାହିଁ। ଏହା କେବଳ ମୁଖରେ ଥିବା କରୋନା ଭାଇରସ୍ର ଜୀବାଣୁକୁ ମାରି ପାରିବ।

Leave A Reply

Your email address will not be published.