ହାର ମାନିଲା ବର୍ଷା; ଜିଦରେ ଅଟଳ ରହିଲେ ଆନ୍ଦୋଳନରତ ଚୁକ୍ତିଭିତ୍ତିକ କର୍ମଚାରୀ

0

ଚୁକିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପାଇଁ ଲୋୟର ପିଏମଜିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ । ବର୍ଷା ସତ୍ତ୍ବେ ବହୁସଂଖ୍ୟକ ଚୁକ୍ତିଭିତ୍ତିକ କର୍ମଚାରୀ ଛତା ଧରି ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ସରକାର ତୁରନ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଲାଗି ସେମାନେ ଦାବି କରିଛନ୍ତି ।

ଦୁଇ ଦଫା ଦାବି ନେଇ ଗାନ୍ଧିମାର୍ଗରେ ବିଶାଳ ସମାବେଶ ସାଙ୍ଗକୁ ବିକ୍ଷୋବ ପ୍ରଦର୍ଶନ କଲେ। ଏକମାସ ମଧ୍ୟରେ ଦାବି ପୁରଣ ନହେଲେ ଭୟଙ୍କର ହେବ ଆନ୍ଦୋଳନ ବୋଲି ଚେତାବନୀ ବି ଦେଲେ।

କିଛି ମାସ ର ବ୍ୟବଧାନ ପରେ ଆଜି ରାଜରାସ୍ତାରେ ପୁଣି ଦେଖିବାକୁ ମିଳିଲା ବିଶାଳ ରାଲି। କେବଳ ଚୁକ୍ତି ଭିତ୍ତିକ ଶିକ୍ଷକ ନୁହେଁ ଆନ୍ଦୋଳନ ଓହ୍ଲାଇ ଥିଲେ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀ ମହାସଂଘ। ଗୋଟିଏ ପଟେ ଲଘୁଚାପ ବର୍ଷା ରେ ରାଜଧାନୀ ଭୁବନେଶ୍ବର ଅଣାୟତ ହୋଇପଡୁଥିବାବେଳେ ବର୍ଷାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲା ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକ ମହାସଂଘ। ଏକାଠି ହୋଇଥିଲେ ୪୦ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ।

ଓଡିଶା ଚୁକ୍ତିଭିତ୍ତିକ ମହାସଂଘର ବିଶାଳ ଆନ୍ଦୋଳନ ଆଜି ଲୋୟର ପିଏମଜି ରେ ଦେଖିବାକୁ ମିଳିଛି। ଚୁକ୍ତିଭିତ୍ତିକ କୁତ୍ସିତ ପ୍ରଥା ଉଚ୍ଛେଦ ଦାବି ଓ ୬ ବର୍ଷ ଚାକିରି କରିସାରିଥିବା କର୍ମଚାରୀମାନଙ୍କୁ ନିୟମିତ କରିବା ଦାବିରେ ଚାଲିଛି ଏହି ଆନ୍ଦୋଳନ। ସରକାରଙ୍କ ଟାଳଟୁଳ ନିତୀ ପାଇଁ ଆଜି ହଇରାଣ ହେଉଛନ୍ତି ବିଭିନ୍ନ ବିଭାଗ ରେ ଚାକିରି କରିଥିବା ଚୁକ୍ତିଭିତ୍ତିକ କର୍ମଚାରୀ ବର୍ଷା କୁ ଖାତିର ନକରି ସେମାନେ କରିଚାଲିଛନ୍ତି ଆନ୍ଦୋଳନ। ମୁଖ୍ୟମନ୍ତ୍ରୀଙ୍କ ପାଖେ ସେମାନଙ୍କ ନିବେଦନ ସମାନ କାମକୁ ସମାନ ଦରମା ଦିଅନ୍ତୁ, ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଉ ଓ ୬ ବର୍ଷ ଚାକିରି କରିସାରିଥିବା କର୍ମଚାରୀମାନଙ୍କୁ ନିୟମିତ କରାଯାଉ।ମାଷ୍ଟର କ୍ୟାଣ୍ଟିନ ଠାରୁ ଲୋୟର ପିଏମଜି ଭରି ଥିଲା ଚୁକ୍ତିଭିତ୍ତିକ କର୍ମଚାରୀ ସମାବେଶ। ବିଦ୍ରୋହର ସ୍ୱରରେ କମ୍ପୁଥିଲା ଗାନ୍ଧିମାର୍ଗ। ପ୍ରବଳ ବର୍ଷା ରେ ଛତା ଓ ରେନି କୋଟ ପିନ୍ଧି ଆଗେଇଥିଲେ ନିଜ ହକ ପାଇଁ। ଦୁଇ ଦଫା ଦାବି ପୁରଣ ତାଙ୍କର ଜିଦ।

୬ ବର୍ଷ ହେବ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ରାଜ୍ୟ ସରକାରଙ୍କ ପାଇଁ କାମ କରିବା, ସରକାରଙ୍କ ବିଭିନ୍ନ ଯୋଜନା କୁ ସଫଳ କରିବାରେ ରହିଛି ଏହି ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ହାତ। ହେଲେ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ମିଳୁନି ସେମାନଙ୍କୁ ଦରମା କି ସୁବିଧା। ୨୦୧୩ ମସିହାରେ ସରକାର ଆରମ୍ଭ କରିଥିଲେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି। ନିୟମ ଥିଲା ୬ ବର୍ଷ କାମ ପରେ ଏମାନଙ୍କୁ ରେଗୁଲାର କରିବା ସହ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଦରମା ଓ ସୁବିଧାରେ ଅନ୍ତର୍ଗତ କରିବା। ଆଜି ବି ଅନେକ କର୍ମଚାରୀ ଏଥିରୁ ବଂଚିତ ରହିଛନ୍ତି। ୨୦୨୧ ରେ ରାଜ୍ୟ ସରକାର ପ୍ରତିଶୃତି ଦେଲେ ଦାବି ପୂରଣ ପାଇଁ ହେଲେ ୟାରୀ ଭିତରେ ବର୍ଷେ ପୁରିଥିଲେ ବି ପ୍ରତିଶ୍ରୁତି ରକ୍ଷା ହୋଇପାରିଲା ନାହିଁ। ଫଳ ସ୍ୱରୂପ ଆଜି ବାଧ୍ୟ ହୋଇ ଆନ୍ଦୋଳନ ର ପନ୍ଥା ଆପଣେଇଛନ୍ତି ଶିକ୍ଷକ ଓ କର୍ମଚାରୀ। ଅନ୍ୟ ପଟେ ଏଭଳି ଆନ୍ଦୋଳନ ଉପରେ ନିଜର ପ୍ରତିକ୍ରିୟା ରେ ବିଜେଡି ମୁଖପାତ୍ର କହିଛନ୍ତି ରାଜ୍ଯ ସରକାର ସେମାନଙ୍କୁ ଦାବି ନେଇ ଯତ୍ନବାନ୍ ଅଛନ୍ତି। କୋଭିଡ୍ ସତ୍ତ୍ବେ ମଧ୍ଯ ପ୍ରତ୍ୟେକ ବର୍ଗ ରେ କାର୍ୟ୍ଯ କରୁଥିବା କର୍ମଚାରୀଙ୍କ ଦରମା ବଢିଛି ୪୦ ପ୍ରତିଶତ। ଏହା ଭିତରେ ୩ ହଜାର ରୁ ଅଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିୟମିତ ହୋଇ ସାରିଲେଣି। ସରକାର ସେମାନଙ୍କ ଯୋଗ୍ୟତା ଦେଖି ପଦକ୍ଷେପ ନେବେ।

ସରକାର ୫ ଟି କୁ ପ୍ରତ୍ୟେକ କ୍ଷେତ୍ର ରେ ଆପଣାଉଛନ୍ତି । ସେ କାମ ରେ ଆମେ ସହଯୋଗ କରୁଛୁ। କିନ୍ତୁ ଏବେ ବି ଆମ ଦେହରେ ଚୁକ୍ତିଭିତ୍ତିକ କର୍ମଚାରୀ ର ମୋହର। ଆମେ ଏଥିରୁ ମୁକ୍ତି ଚାହୁଁଛୁ। ୨୦୧୮ ରୁ ଆନ୍ଦୋଳନ, ୨୦୨୧ କେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି। କିନ୍ତୁ ଆମେ ଏବେ ପ୍ରତିଶ୍ରୁତି ନୁହଁ ଉଚ୍ଛେଦ ଚାହୁଁଛୁ ଏହି କୁତ୍ସିତ ପ୍ରଥାର। ଏକ ମାସ ଭିତରେ ଦାବି ପୂରଣ ନହେଲେ ଆଗକୁ ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଙ୍ଘ।

SOA post below
Leave a comment