ଦୋଳ ପୁନେଇରେ ବିଜେଡି ମୁହଁରେ କଳାରଙ୍ଗ ବୋଳିଲେ ନନ୍ଦ ବାପା, ପୁଅ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଶାନ୍ତ ନନ୍ଦ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ରାଜ୍ୟସଭା ଏମ.ପି, ଦଳ ଦୟାରୁ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିର ସଦସ୍ୟ । ସୁନ୍ଦରଗଡ ଜିଲ୍ଲା ବିଜେଡ଼ିର ପ୍ରଭାରୀ । ଦଳରେ ସାମାନ୍ୟ କ୍ଷମତା ପାଇବା ପାଇଁ ଛଟପଟ ହେଉଥିବା ନେତାଙ୍କ ପାଇଁ ପ୍ରଶାନ୍ତ ନନ୍ଦ ଇର୍ଷାର ପ୍ରତୀକ । ବିଜେଡି ଛାଡି ଯାଉଥିବା ନେତାଙ୍କୁ ବିଜେପି ଗୋଟାଉଛି ଅଭିଯୋଗ କରୁଥିବା ପ୍ରଶାନ୍ତ ନନ୍ଦ ଅକଳରେ ପଡିଛନ୍ତି ।

ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ନିଜ ସମର୍ଥକଙ୍କ ସହ ଦୋଳ ପୂର୍ଣ୍ଣିମାରେ ବିଜେପିରେ ସାମିଲ ହୋଇଛନ୍ତି । ଅବଶ୍ୟ ଏନେଇ ପ୍ରଶାନ୍ତ ମୁହଁ ଖୋଲି ନାହାନ୍ତି । ତେବେ ପ୍ରଶ୍ନ ଉଠେ, ନିଜ ପୁଅର ବିଜେପି ପ୍ରୀତି କେମିତି ନାପି ପାରିଲେନି ପ୍ରଶାନ୍ତ । ଯଦି ପୁଅକୁ ବିଜେପି ପଠାଇବାର ଥିଲା ତେବେ ତା ଦ୍ୱାରା ବେଗୁନିଆ ସଙ୍ଗଠନକୁ ବିଭ୍ରାନ୍ତ କ’ଣ ପାଇଁ କରାଯାଇଥିଲା । ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କ’ଣ ପାଇଁ ହଇରାଣ କରାଯାଇଥିଲା । ବିଜେଡି ଦଳ ପରିଚାଳକ ମାନେ ଏକଥାକୁ କ’ଣ ପାଇଁ ଗୁରୁତ୍ୱ ଦେଉନଥିଲେ । କିଛିମାସ ତଳେ ପ୍ରଶାନ୍ତ ନନ୍ଦଙ୍କ ବିରୋଧରେ ଅଧ ଡର୍ଜନରୁ ଅଧିକ ଅଭିଯୋଗ ଫର୍ଦ୍ଦ ନେଇ ଜଗଦେବ ନବୀନଙ୍କୁ ଜଣାଇଥିଲେ । ନବୀନ ମଧ୍ୟ ପ୍ରଭାବଶାଳୀ ନେତାଙ୍କ ହାତରେ ପ୍ରଶାନ୍ତଙ୍କୁ ତାଗିଦ କରିଥିଲେ । ହେଲେ କିଛି ଲାଭ ହେଲାନି । ସଂଘ, ସଂଘୀକୁ ଟାଣିଲା । ବିଜେଡି ନେତାଙ୍କ ପୁଅ ବିଜେପି ଗଲା । ଆର.ଏସ.ଏସ ବିରୁଦ୍ଧରେ ବିଷୋଦଗାର କରୁଛି ବିଜେଡି । ହେଲେ ପ୍ରଶାନ୍ତ ନନ୍ଦଙ୍କ ପୁଅ ସଙ୍ଘକୁ ପସନ୍ଦ କଲେ । ତେଣୁ ବିଜେଡି ଖବର ବିଜେପି ହାତକୁ କିପରି ଯାଉଛି ତାହା ସହଜରେ ଅନୁମେୟ । ଋଷଭ ବିଜେପିରେ ଯୋଗଦାନ ପରେ ବିଜେଡିରେ ପ୍ରଶାନ୍ତ ନନ୍ଦଙ୍କ ବିରୁଦ୍ଧରେ ଅସନ୍ତୋଷ ତୀବ୍ର ହେବାକୁ ଲାଗିଛି । ଆଉ କେତେ ପଦ ପଦବୀ ନନ୍ଦ ବାପ-ପୁଅଙ୍କୁ ଖୁସି କରିପାରିଥାନ୍ତା ବୋଲି ଅନେକ ବିଜେଡି କର୍ମୀ କହୁଥିବା ଶୁଣିବାକୁ ମିଳୁଛି ।

ବରିଷ୍ଠ ନେତା ଦାମ ରାଉତଙ୍କ ପୁଅ ସମ୍ବିତକୁ ନେଇ ଚର୍ଚ୍ଚା ଜାରୀ ରହିଥିବା ବେଳେ ଋଷଭଙ୍କ ବିଜେପି ସରଣକୁ ବିଜେଡି କିପରି ଭାବରେ ଗ୍ରହଣ କରୁଛି ତାହାକୁ ନେଇ ବିଜେଡିର ନେତାଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.