କୃଷକଙ୍କ ପାଇଁ ଖୁସି ଖବର, ଏମଏସପି ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କଲା କେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାର କ୍ୟାବିନେଟ୍ ରବି ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଥିବା ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ନିଜ ବିବୃତି ରଖିଛନ୍ତି ।

ସୂଚନା ଅନୁଯାୟୀ, ୬ଟି ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଗହମ କ୍ୱିଣ୍ଟାଲ ପିଛା ୫୦ ଟଙ୍କା, ଚଣାରେ ୨୨୫ ଟଙ୍କା, ମସୁର ଡାଲିରେ ୩୦୦ ଟଙ୍କା, ସୋରିଷରେ ୨୨୫ ଟଙ୍କା, ଯରେ ୭୫ ଟଙ୍କା ଓ କୁସୁମରେ ୧୧୨ ଟଙ୍କା ବୃ୍ଦ୍ଧି କରାଯାଇଛି ।

ଅପରପକ୍ଷରେ ନୂଆ କୃଷି ବିଲକୁ ନେଇ କୃଷକମାନେ ଅସନ୍ତୁଷ୍ଟ ରହିବା ସହ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଛନ୍ତି ।

Sikhsya
Barta

Leave A Reply

Your email address will not be published.