ଜଣେ ମନ୍ତ୍ରୀ ଓ ବିଧାୟକଙ୍କୁ ଗାଳି କରି ବିଧାନସଭା ସମ୍ମୁଖରେ ମା ବେକରେ ଛୁରୀ ଲଗାଇଲା ପୁଅ, ଦେଖନ୍ତୁ ଭିଡିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମା’ (ଝରଣା)ବେକରେ ଛୁରୀ ଭୁସି ମାରିବାକୁ ଉଦ୍ୟମ କଲା ପୁଅ ଜିତେନ୍ଦ୍ର ପାଳ। ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ବିଧାନସଭା ସମ୍ମୁଖରେ । ମୌସୁମୀ ଅଧିବେଶନ ସମୟରେ ଏତେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଏଭଳି ସାହସ କରିଛନ୍ତି ପୁଅ ଜିତେନ୍ଦ୍ର ପାଳ । କାରଣ ଅସ୍ପଷ୍ଟ ଥିବା କହିଛି ପୋଲିସ । ପୋଲିସ ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ନୟାଗଡ଼ର ଝରଣା ନିଜ ପୁଅକୁ ଜିତେନ୍ଦ୍ରଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ । କିନ୍ତୁ ହଠାତ ବିଧାନସଭା ଆଗରେ ଆସି ତାଙ୍କ ବେକରେ ଛୁରୀ ଲଗାଇ ଚିତ୍କାର କରିଥିଲେ ଜିତେନ୍ଦ୍ର । ବିଧାନସଭା ଅଧିବେଶନ ଜାରି ରହିଥିବାରୁ ସୁରକ୍ଷାକର୍ମୀ ତାଙ୍କ ନିକଟକୁ ଦଉଡି ଆସି ବହୁ କଷ୍ଟରେ ଝରଣାଙ୍କୁ ଉଦ୍ଧାର କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗତ କିଛି ବର୍ଷ ହେବ ଜିତେନ୍ଦ୍ରଙ୍କ ଦେହରେ କୌଣସି ଆତ୍ମା ସବାର ହେଉଛି । ମାତ୍ର ଏହା କେତେଦୂର ସତ କି ଏହା ପଛରେ ଅନ୍ୟ କିଛି କାରଣ ଅଛି ତାହା ଅଧିକ ତଦନ୍ତ ପରେ ସମ୍ନାକୁ ଆସିବ ।

Sikhsya
Barta

Leave A Reply

Your email address will not be published.