ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଲୋଇସଂହା ବିଧାୟକ ମୁକେଶ ମହାଲିଙ୍ଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦାଦନ ପ୍ରବଣ ଲୋଇସଂହା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ର ସରକାରଙ୍କ ୱାନ ନେସନ ୱାନ ରାସନ କାର୍ଡ ଓ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ବିଧାୟକ ଡ ମୁକେଶ ମହାଲିଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ପତ୍ର ସଂଖ୍ୟା ୨୭୩ ତା୧୫-୦୭-୨୦ରେ ମାନ୍ୟବର ବିଧାୟକଙ୍କ ଯୁକ୍ତି ଅନୁସାରେ ବହୁ ଲୋକ କାମଧନ୍ଦା ପାଇଁ ବାହାରକୁ ଯାଇଥାନ୍ତି , ସେଠାରେ ଅଧିକ ଦରରେ କିଣାକିଣି କରୁଛନ୍ତି ।

ଅପରପକ୍ଷରେ ତାଙ୍କ ପାଇଁ ଉଦ୍ଦିଷ୍ଟ ରାସନ ହରିଲୁଟ ହେଉଛି । ସେହିପରି କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେଲେ ଲୋକେ ଉପକୃତ ହେବେ । ଏଣୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଉକ୍ତ ଦୁଇ ଯୋଜନା କାର୍ଯ୍ୟକାରୀ କରିବାକୁ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି ଲୋଇସଂହା ବିଧାୟକ।

Leave A Reply

Your email address will not be published.