ବିଧାୟକ ପଦ ହରାଇବେ ମୁକୁଲ ରାୟ?

କାର୍ଯ୍ୟାନୁଷ୍ଠାନ ଲାଗି ଦାବି କଲେ ଶୁଭେନ୍ଦୁ ଅଧିକାରୀ

0

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିଜେପି ଓ ଟିଏମସି ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି । ଏବେ ଟିମଏମସିକୁ ଫେରିଥିବା ମୁକୁଲ ରାୟଙ୍କ ବିଧାୟକ ପଦ ହଟାଇବା ଲାଗି ଏବେ ବିଜେପି ଉଦ୍ୟମ କରିଛି । ଏହାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମସ । ନନ୍ଦିଗ୍ରାମରୁ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁକୁଲ ରାୟଙ୍କ ବିଧାୟକ ପଦ ରଦ୍ଦ କରିବାକୁ ଦାବି କରିଥିବା ପ୍ରକାଶ କରିଛନ୍ତି । କରିମନଗର ନିର୍ବାଚନ ମଣ୍ଡଳରୁ ବିଜୟୀ ହୋଇଥିବା ମୁକୁଲଙ୍କୁ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ସେ ଏହି ଦାବି କରିଛନ୍ତି । ଏଥିପାଇଁ ଶୁଭେନ୍ଦୁ ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ମୁକୁଲ ରାୟଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ପ୍ରାରମ୍ଭିକ ପର୍ଯ୍ୟାୟ ପୂରା କରାଯାଇଛି । ମୁକୁଲ ନିକଟରେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁକୁଲ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ କୃଷ୍ଣାନଗର ଉତ୍ତର ଆସନରୁ ନିର୍ବାଚନ ଜିତିଥିଲେ । ପରେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ ।
ବିଜେପିର ଏହି ଦାବି ଉପରେ ଟିଏମସି ପାଲଟା ଆକ୍ରମଣ କରିଛି । ଦଳ ପ୍ରଶ୍ନ କରିଛି ଯେ, କ’ଣ ଶୁଭେନ୍ଦୁ ନିଜ ବାପା ଶିଶିର ଅଧିକାରୀଙ୍କୁ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବାକୁ କହିଛନ୍ତି କି, ଯିଏ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୋଇଥିଲେ । ତୃଣମୂଳର ରାଜ୍ୟ ସାଧାରଣ ସଂପାଦକ କୃଣାଲ ଘୋଷ କହିଛନ୍ତି, ଆଇନ ତା ବାଟରେ କାମ କରିବ । ଶୁଭେନ୍ଦୁ ଅଧିକାରୀଙ୍କୁ ଏହି ପ୍ରସଙ୍ଗରେ କହିବାର କୌଣସି ଅଧିକାର ନାହିଁ ।

Leave A Reply

Your email address will not be published.