ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ମ୍ୟୁନିସପାଲ ମାର୍କେଟ କାର୍ଯ୍ୟର ଶୁଭାରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀକୁ ବିଶ୍ୱ ଐତିହ ମାନ୍ୟତା ଦେବାକୁ ରାଜ୍ୟ ସରକାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ଉଚ୍ଛେଦ ପ୍ରକ୍ରିୟା ସମୟରେ ରାଜ୍ୟ ସରକାର ସେମାନଙ୍କ ଖୁବଶୀଘ୍ର ଥଇଥାନ ପାଇଁ ପ୍ରତିଶୃତି ଦେଇଥିଲେ । ମାତ୍ର ମହାମାରୀ କରୋନା ସଂକ୍ରମଣ କୁ ନିୟନ୍ତ୍ରଣ ରେ ରଖି କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ଲକ ଡାଉନ ନିୟମ ଆଧାରରେ ଏହି ଉନ୍ନତି ମୂଳକ କାର୍ଯ୍ୟକୁ ଦୀର୍ଘ ୨ମାସ ଧରି ବନ୍ଦ କରାଯାଇଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାକୁ ଦୃଷ୍ଟିରେ ରଖି ପୁରୀ ବଡ଼ ଦାଣ୍ଡରେ ମ୍ୟୁନିସପାଲ ମାର୍କେଟର ପୁନର୍ଗଠନ ପାଇଁ ଆଜି ଶୁଭାରମ୍ଭ କରାଯାଇଛି । ଏହି ପୁନର୍ଗଠନ ଦାୟିତ୍ୱ ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ(ଓବିସିସି) କୁ ପ୍ରଦାନ କରାଯାଇଛି । ଏହାକୁ ନେଇ ବ୍ୟବସାୟୀ ଙ୍କ ମନରେ ଥିବା ନିରାଶର କଳା ବାଦଲ ହଟିଯାଇ ଆଶାର ସୂର୍ଯ୍ୟ କିରଣରେ ସେମାନେ ପୁଣିଥରେ ଆଲୋକିତ ହୋଇଛନ୍ତି ।

Leave A Reply

Your email address will not be published.