ନେଇପାରନ୍ତି ଗଞ୍ଜାମ ଦାୟିତ୍ୱ !

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ରାଜ୍ୟର ପ୍ରମୁଖ ଦଳମାନେ ପୌର ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି । ପୂର୍ବରୁ ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ଥିବା ପ୍ରଦୀପ ପାଣିଗ୍ରାହୀ ବର୍ତ୍ତମାନ ଆଉ ବିଜୁ ଜନତା ଦଳ ସହିତ ନାହାନ୍ତି । ତେଣୁ ଗଞ୍ଜାମ ଜିଲ୍ଲା ସଂଗଠନକୁ ଅଧିକ ସୁଦୃଢ କରିବାକୁ ହେବ ।

ଗଞ୍ଜାମ ଜିଲ୍ଲା ଦାୟିତ୍ବ ମହେଶ୍ୱର ମହାନ୍ତିଙ୍କୁ କରାଯାଇଥିଲା । କିନ୍ତୁ ମହେଶ୍ୱର ନିଜେ ନିର୍ବାଚନ ହାରିଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ରହିଛି । ତେଣୁ ତାଙ୍କୁ ଅପସାରିତ କରାଯିବା ସହ ପୁରୀ ସହରରେ ୨୦୧୯ ସାଧାରଣ ନିର୍ବାଚନରେ ହ୍ରାସ ହୋଇଥିବା ବିଜେଡି ଭୋଟକୁ ପୁନର୍ବାର ବୃଦ୍ଧି କରିବାକୁ ମହେଶ୍ୱରଙ୍କୁ ପୁରୀ ଜିଲ୍ଲାରେ ଫୋକସ କରିବାକୁ କୁହାଯିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ ସହ ଗଞ୍ଜାମ ଦାୟିତ୍ବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦିଆଯାଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ଚର୍ଚ୍ଚା କରୁଛନ୍ତି ।

Leave A Reply

Your email address will not be published.