ପାରିବାରିକ କଳହ : କନଷ୍ଟେବଳଙ୍କୁ ପୋଡ଼ିଦେଲେ ଦୁଇଭାଇ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ମଲିକପଡ଼ା ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଯାଇଛି। ପାରିବାରିକ କଳହରୁ ପୁଲିସ କନଷ୍ଟେବଳ ଥିବା ସାନ ଭାଇକୁ ଅନ୍ୟ ଦୁଇଭାଇ ମାଡ଼ ମାରିବା ସହ ଜିଅନ୍ତା ପୋଡ଼ି ହତ୍ୟା କରିଥିବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ମୁତାବକ, ମଲିକପଡ଼ା ଗ୍ରାମର ସନ୍ତୋଷ ଜାନୀ (୩୨) ବୌଦ୍ଧ ପୁଲିସରେ ଏସ୍‌ପିଓ ଭାବରେ ଚାକିରି ଆରମ୍ଭ କରି କନଷ୍ଟେବଳ ଭାବେ ପଦୋନ୍ନତି ପାଇଥିଲେ। ତାଙ୍କର ବାଉଁଶୁଣୀ ଥାନାକୁ ବଦଳି ହୋଇଥିବାବେଳେ ମାର୍ଚ୍ଚ ୧ ତାରିଖରେ ସେ କାର୍ୟ୍ୟରେ ଯୋଗ ଦେଇଥାନ୍ତେ। ୨୮ ତାରିଖ ରାତିରେ ଘରକୁ ଫେରିବା ପରେ ବଡ଼ ଦୁଇଭାଇ ସାର୍ତ୍ତିକ ଜାନୀ (୪୦) ଓ ପ୍ରଶାନ୍ତ ଜାନୀ (୩୬)ଙ୍କ ସହ ସନ୍ତୋଷଙ୍କ ପାଟିତୁଣ୍ଡ ହୋଇଥିଲା। ଏଥିରେ ବଡ଼ ଦୁଇଭାଇ କାଠ ଫାଳିଆରେ ସନ୍ତୋଷଙ୍କୁ ମାଡ଼ ମାରିଥିଲେ। ସନ୍ତୋଷ ଗୁରୁତର ଆହତ ଅବସ୍ଥାରେ ଥିବାବେଳେ ଘର ସମ୍ମୁଖକୁ ଘୋଷାରି ନେଇ ରାସ୍ତା କଡ଼ରେ ଥିବା ଖଜୁରୀଗଛ ମୂଳରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ ଏବଂ ଗ୍ରାମରୁ ଫେରାର ହୋଇଯାଇଥିଲେ। ଘରେ ଥିବା ଶଯ୍ୟାସାୟୀ ବୃଦ୍ଧ ପିତା ମାତା ଏବଂ ଭାଉଜ ହତ୍ୟାକାରୀ ଦୁଇ ଭାଇଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ।

Leave A Reply

Your email address will not be published.