ହତ୍ୟା ଶେଷରେ ରୂପନେଲା ଆତ୍ମହତ୍ୟା ର

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଭୁବନେଶ୍ବର ବହୁଚର୍ଚିତ କୁଆଖାଇ ନଦୀ ପଠାରେ ଉନ୍ମୟ ପାଢୀଙ୍କ ହତ୍ୟା ମାମଲାର କମିଶନରେଟ ପୋଲିସ କରିଛି ପର୍ଦାଫାର୍ଷ ।ଏହା ଓଡ଼ିଶାର ପ୍ରଥମ ଆଶ୍ଚର୍ଯ୍ୟ ଜନକ ଆତ୍ମହତ୍ୟା ।

ଉନ୍ମୟଙ୍କୁ କେହି ହତ୍ୟା କରିନହାନ୍ତି ବରଂ ସେ ନିଜେ ଆତ୍ମହତ୍ୟା କରିଛନ୍ତି ।ଉନ୍ମୟ ନିଜ ପେଟରେ ପ୍ରଥମେ ଛୁରି ମାରି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା ପୋଲିସ କମିଶନର ଓ୍ଵା.ବି ଖୁରାନିଆ କହିଛନ୍ତି ପ୍ରଥମେ ଫରେନସିକ୍ ରିପୋର୍ଟ ଓ ସାଇନ୍ଟିପିକ୍ ରିପୋର୍ଟ ପୋର୍ଷ୍ଟମରଟମ ରିପୋର୍ଟ ଆଧାରରେ ପୋଲିସ ଏହି ନିଷ୍ପତ୍ତି ରେ ପହଞ୍ଚିଛି ।

ଏହା ସହ ପୋଲିସ ମୃତ ଦେହ ନିକଟରୁ ପାଇଥିବା ହାତଲେଖା ଚିଠିରେ ପ୍ରେମ ରେ ଧୋକା ଖାଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସ୍ପଟ ହୋଇଛି । ଦୀର୍ଘ ୨ ମାସ ଧରି କମିଶନରେଟ ପୋଲିସ ଏଥିପାଇଁ ଦିନରାତି ଏକ କରି ଦେଇଥିଲା ଓ ମୁଣ୍ଡ ବ୍ୟଥା ପାଲଟି ଥିବା ଏହି ମାମଲା ଶେଷରେ ବନ୍ଦ ହେବାକୁ ଯାଉଛି । ମାମଲା କୁ କ୍ଲୋଜ କରିବା ସହ ଫାଇନାଲ ରିପୋର୍ଟ ରେ ଆତ୍ମହତ୍ୟା ବୋଲି ଦର୍ଶାଇବାକୁ ଯାଉଛି ପୋଲିସ ।

ମାର୍ଚ୍ଚ ୨୧ କୁଆଖାଇ ନଦୀ ପଠାରୁ ମିଳିଥିଲା ଭୁବନେଶ୍ବର ବିଜେବି ନଗରରେ ରହୁଥିବା ଉନ୍ମୟ ପାଢୀଙ୍କ ଅର୍ଧଦଗ୍ଧ ମୃତ ଶରୀର। ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଅନେକ କିଛି ତଥ୍ୟ ପଦାକୁ ଆସିଥିଲା ।

ପାରିପାଶ୍ବିକ ପରିସ୍ଥିତି,ପୋଷ୍ଟମର୍ଟମ ରିପୋର୍ଟ ଓ ଫରେନ୍ସିକ ରିପୋର୍ଟକୁ ନେଇ ପୋଲିସ ତଦନ୍ତ ଆଗକୁ ବଢାଇଥିଲା ହେଲେ ପ୍ରାୟ ୨ ମାସ ପରେ ବି ସେଭଳି କୌଣସି ଖାସ ସୁରାକ ପୋଲିସ ହାତରେ ଲାଗିନଥିଲା । ପ୍ରାଥମିକ ତଦନ୍ତ ବେଳେ ଜଣେ ଯୁବତୀଙ୍କ ସହ ଉନ୍ମୟଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭାଇରାଲ ଭିଡିଓ ଭାଇରାଲ ହୋଇଥିବା ଘଟଣା ଓ ପ୍ରତିଶୋଧ ତାଙ୍କ ମୃତ୍ୟୁର କାରଣ ଥିବା ନେଇ ସନ୍ଦେହ କରି ପୋଲିସ ତଦନ୍ତ ଆଗକୁ ବଢାଇଥିଲା ହେଲେ ତଦନ୍ତରେ ସେଭଳି କୌଣସି ତଥ୍ୟ ପାଇନଥିଲା ପୋଲିସ।

ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ହତ୍ୟାର କୌଣସି କ୍ଷୀୟ ପାଇନଥିଲା । ଉନ୍ମୟ ନିଜେ ଆତ୍ମହତ୍ୟା କରିଥିବା ଏହାକୁ ପ୍ରମାଣିତ କରିବାକୁ ପୋଲିସ ପାଇଁ କାଠିକର ପାଠ ହୋଇଥିଲା । ଏଥିପାଇଁ ବିଭିନ୍ନ ସାଇଣ୍ଟିଫିକ ଏକ୍ସପର୍ଟ ଓ ଡ଼ାକ୍ତରୀ ଟିମ ସହ ବାରମ୍ବାର ଆଲୋଚନା କରିବା ପରେ ଉନ୍ମୟଙ୍କୁ ହତ୍ୟା ନୁହଁ ସେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଇଛି ପୋଲିସ।

Leave A Reply

Your email address will not be published.