ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଉ କାହା ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହରେ ସ୍ତ୍ରୀକୁ ପୋଡି ମାରିଦେଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତର ନଈତଇଲା ଗ୍ରାମରେ । ଗୁରୁବାର ରାତିରେ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ।

ଘଟଣା ମୁତାବକ, ନଈତଇଲା ଗ୍ରାମର ନିଳମଣୀ ମହାନ୍ତି ଖୋର୍ଦ୍ଧାରେ ଟ୍ରକ ଚଲାଉଥିବା ବେଳେ ନୟାଗଡ ରଘୁନାଥପୁର ଗ୍ରାମର ଟିକିନାଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା । ଟିକିନା ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିଲେ । ନୀଳମଣୀ ତାଙ୍କ ୨ଟି ପିଲାଙ୍କ ସହ ଟିକିନାଙ୍କୁ ବିବାହ କରି ପାଖରେ ରଖିଥିଲେ । ଗତ କିଛି ମାସ ହେବ ସେମାନେ ନଈତଇଲା ଗ୍ରାମରେ ରହିଆସୁଥିଲେ । ନିଳମଣୀ ବାହାରେ ଟ୍ରକ ଚଳାଉଥିବା ବେଳେ ମଝିରେ ମଝିରେ ଘରକୁ ଯାଉଥିଲେ । ତେବେ ଗୁରବାର ରାତିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ପୁଅ ଝିଅଙ୍କୁ ନୀଳମଣୀ ଗୋଟିଏ ଘରେ ତାଲା ପକାଇ ଟିକିନାଙ୍କୁ ହତ୍ୟା କରିଥିଲେ । ଏପରିକି ଘଟଣା ବିଷୟରେ କାହାରିକୁ ନ କହିବା ପାଇଁ ପିଲାଦ୍ୱୟଙ୍କୁ ତାଗିଦ କରିଥିଲେ । ପରେ ସେମାନେ ବାଡ଼ିପଟେ ଅଧାପୋଡ଼ା ଅବସ୍ଥାରେ ଟିକିନାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ବୋଲି ଟିକିନାଙ୍କ ଝିଅ କାଜଲଙ୍କ କହିଛନ୍ତି । ଅପରପକ୍ଷେ ଶୁକ୍ରବାର ଭୋର ୫ଟାରେ ନିଳମଣୀ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି । ଏଥିସହ ସେମାନଙ୍କ ମଧ୍ୟରେ ବଚସା ହେବା ପରେ ଟିକିନା ତାଙ୍କୁ ଏକ ଘରେ ତାଲା ପକାଇ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି ନିଳମଣି ପୋଲିସକୁ କହିଛନ୍ତି ।

Sikshaya
Leave A Reply

Your email address will not be published.