ଏକତରଫା ପ୍ରେମ ରୁ ନବବଧୂର କାଟିଲେ ତଣ୍ଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୦ ଦିନ ପୂର୍ବରୁ ବିବାହ ହୋଇଥିଲା । ହସ ଖୁସିରେ ନିଜର ନୂତନ ଜୀବନ ଆରମ୍ଭ କରିଥିଲେ ଜଣେ ଯୁବତୀ । ନିଜ ସ୍ୱାମୀ ଙ୍କ ସହ ବୁଲିବାକୁ ଆସିଥିଲେ ବାପ ଘରକୁ । ଜାଣିନଥିଲେ ଏହା ତାଙ୍କ ଜୀବନର ଶେଷ ବୁଲିବା ।

ସୂଚନା ଅନୁଯାୟୀ, ଏକ ନବବଧୂ ବାହାଘରର ୧୦ ଦିନ ପରେ ସ୍ୱାମୀଙ୍କ ସହ ବୁଗୁଡ଼ା ଥାନା ପାଖରେ ଏ. କରଡ଼ାବାଡ଼ି ଗାଁରେ ଥିବା ତାଙ୍କ ବାପ ଘର କୁ ବୁଲିବାକୁ ଆସିଥିଲେ । ସେମାନେ ଘରେ ଥିବା ସମୟରେ ପାଖ ଗାଁ ର ଜଣେ ଯୁବକ ଅତର୍କିତ ଭାବେ ଘରକୁ ପସି ଆସିଥିଲା । କେହି କିଛି ବୁଝିବା ପୂର୍ବରୁ ଏକ ଧାରୁଆ ଜିନିଷ ରେ ନବବଧୂ ର ତଣ୍ଟିକାଟି ହତ୍ୟା କରିବା ପରେ ନିଜର ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକତରଫା ପ୍ରେମରୁ ଏଭଳି ଘଟଣା ଭିଆଇଥିବା ଅନୁମାନ କରାଯାଉଛି । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.