ରାଜଧାନୀ ରେ ପୁଣି ଏକ ହତ୍ୟା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱର ର ୟୁନିଟ ୪ ସ୍ଥିତ ଏମଏଲଏ କଲୋନୀ ନିକଟରେ ପ୍ଲଟ ନମ୍ବର ଏ/୧୯ ପଛପଟେ ରହୁଥିବା ଗୋପୀନାଥ ମହାରଣା ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ଗୋପୀନାଥ ଙ୍କ ନିଜଘର ଭଦ୍ରକ ଜିଲ୍ଲା ର ତିହିଡି ବ୍ଲକ ଅନ୍ତର୍ଗତ ପୋଲହଖମାରି ଗ୍ରାମର ସେ ଜଣେ ବଢ଼େଇ ଭାବେ କାମ କରୁଥିବା ଜଣାପଡିଛି। ବିଗତ ୩୦ ବର୍ଷ ହେବ ନିଜ ସାନ ଭାଇଙ୍କ ସହିତ ଏହି ସ୍ଥାନରେ ଭଡାରେ ରହିଆସୁଥିଲେ।ତାଙ୍କ ବୟସ ପ୍ରାୟ ୪୭ ହେବ। କିଛି ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ଅନୁଯାୟୀ ଆଜି ସକାଳୁ ସେ ପ୍ରତିଦିନ ପରି ପାଖରେ ଥିବା ଚାହା ଦୋକାନ ରୁ ଚାହା ପିଇବା ପରେ ଖଇନି ଆଣି ଘରକୁ ଫେରିଥିଲେ। କିଛି ସମୟପରେ ତାଙ୍କ ସମ୍ପର୍କୀୟ ଭାଈ ସନାତନ ମହାରଣା ଆସି ଦଖିଥିଲେ ଗୋପୀନାଥ ଙ୍କ ଗଳା କଟାଯାଇଛି। ରକ୍ତାକ୍ତ ଅବସ୍ଥାରେ ମୃତ ଦେହ ପଡିଥିବା ଦେଖି ସନାତନ ଘରବାହାରକୁ ଆସି ସମସ୍ତଙ୍କୁ ଜଣାଇବା ସହ ଶହେକୁ ଫୋନକରିଥିଲେ। ପୋଲିସ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ତେବେ ଗୋପୀନାଥ ଙ୍କ ଦେହରେ ଅନେକ କ୍ଷତ ଚିହ୍ନ ଥିବାରୁ ପୋଲିସ ହତ୍ୟା ସନ୍ଦେହ ରେ ତଦନ୍ତ ଅରମ୍ଭକରିଛି।

Leave A Reply

Your email address will not be published.