ଶୋଇଥିବା ବେଳେ ମାଆ ଓ ଝିଅକୁ ହାଣିଦେଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବ ଶତ୍ରୁତା କୁ ନେଇ ମାଆ ଓ ଝିଅଙ୍କୁ ନିର୍ମମ ହତ୍ୟା । ରାତିରେ ଘରେ ସୋଇଥିବା ବେଳେ ହାଣିଦେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଶଙ୍କରପୁର ଗାଁ ଧଳାଡ଼ିହି ସାହିରେ ଘଟିଛି ଏଭଳି ଘଟଣା। ମୃତ ଝିଅର ନାମ ହେଉଛି ଲଷ୍ମୀ ମୁଣ୍ଡା ଓ ମୃତ ମାଆ ହେଉଛି ସରସ୍ଵତୀ ମୁଣ୍ଡା ।ଦୁଇଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ନୃଶଂସ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ତେବେ ଏଥିରେ ପାଞ୍ଚ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛି ।
ସୂଚନାଯୋଗ୍ୟ, ସରସ୍ୱତୀଙ୍କ ସ୍ୱାମୀ ହତ୍ୟା ଉଦ୍ୟମ ଅଭିଯୋଗରେ ଚମ୍ପୁଆ ଜେଲରେ ରହିଛି । ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ ଭିନ୍ ଜାରି ରଖିଛି । ସେପଟେ ଦୁଇ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ଦାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.