ରାଜଧାନୀରେ ପୁଣି ରକ୍ତର ଛିଟା: ରାଜମହଲ ଛକରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀର ରେ ପୁଣି ହତ୍ୟା। ଭୁବନେଶ୍ୱର ସ୍ଥିତ ଶିଶୁଭବନରୁ ରାଜମହଲ ଯିବା ରାସ୍ତାରେ ଜଣେ ଯୁବକଙ୍କୁ ପଥର ରେ ଛେଚି ହତ୍ୟା କରାଯାଇଛି।
ସୂଚନାଯୋଗ୍ୟ, ଦୁଇ ଜଣଙ୍କ ମଧ୍ୟରେ କିଛି କଳହ ଥିବାବେଳେ ମୃତ ଯୁବକ ଏବଂ ହତ୍ୟାକାରୀ ଯୁବକ ଦ୍ୱୟ ଶ୍ରମିକ । କୈଣସି କାରଣରୁ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଫଳରେ ଅନ୍ୟଜଣେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡି଼ଛି । ସେପଟେ ଖବର ପାଇଘଟଣା ସ୍ଥଳରେ ପୋଲିସ ପହଁଥିଲା । ହତ୍ୟା ମାମଲାରେ ଥାନା ରେ ଜଣେ ଶ୍ରମିକ ଅଟକ ରଖିବା ସହ ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.