ଲପଡ଼ାରେ ଟ୍ରିପଲ୍ ମର୍ଡ଼ର: ମହିଳା ଓ ଝିଅ, ଜ୍ୱାଇଁଙ୍କୁ ହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ମହୁଲପାଲି ଥାନା ଅନ୍ତର୍ଗତ ଲପଡ଼ା ଗ୍ରାମରେ ବୁଧବାର ଅପରାହ୍ନରେ ଟ୍ରିପଲ୍ ମର୍ଡର୍ ହୋଇଛି । ଜଣେ ମହିଳା ଓ ତାଙ୍କ ଝିଅ, ଜ୍ୱାଇଁଙ୍କୁ ପଡ଼ୋଶୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ବେଳେ ପୁଲିସ ଅଭିଯୁକ୍ତ ପଡ଼ୋଶୀ ଓ ତାଙ୍କ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି । ଜମିବାଡ଼ି ବିବାଦରୁ ଅଭିଯୁକ୍ତ ଏହି କାଣ୍ଡ ଭିଆଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ପ୍ରକାଶ ଯେ, ଲପଡ଼ା ଗ୍ରାମର ପୀରବତୀ ବେହେରା (୫୫)ଙ୍କ ଏକମାତ୍ର ଝିଅ ସାବିତ୍ରୀ (୩୦) ଝାର୍‌ସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ଗ୍ରାମର ଗିରିଧାରୀ ସାହୁ ୩୫ ଙ୍କୁ ବିବାହ କରିଥିଲେ । ପୁଅ ନ ଥିବାରୁ ଝିଅ -ଜ୍ୱାଇଁ ପୀରବତୀଙ୍କ ପାଖରେ ରହୁଥିଲେ । ଏଣେ ପଡ଼ୋଶୀ ନବୀନ ଦେହୁରୀ (୫୦)ଙ୍କ ଆଖି ପୀରବତୀଙ୍କ ଜମି ଉପରେ ରହିଥିଲା। ମାମଲା କୋର୍ଟକୁ ମଧ୍ୟ ଯାଇଥିଲା । ବୁଧବାର ପୀରବତୀ ଓ ତାଙ୍କ ଝିଅ, ଜ୍ୱାଇଁ ଧାନ କାଟି ଆଣି ଘର ପଛପଟ ଜମିରେ ରଖୁଥିଲେ । ଅପରାହ୍ନ ପ୍ରାୟ ସାଢ଼େ ୩ ଟା ସମୟରେ ଘର ପଛପଟ ଜମିରେ ଏକୁଟିଆ ଥିବା ବେଳେ ନବୀନ ସେଠାରେ ପହଞ୍ଚି ଧରିଥିବା ଟାଙ୍ଗିଆରେ ଗିରିଧାରୀଙ୍କୁ ହାଣି ପକାଇଥିଲେ।

ସାବିତ୍ରୀ ଗାଁ ଦାଣ୍ଡରେ ଥିବା ନଳକୂଅକୁ ପାଣି ପିଇବାକୁ ଯାଇଥିବା ବେଳେ ସେ ମଧ୍ୟ ନବୀନଙ୍କ ଶିକାର ହୋଇଥିଲେ। ପଛରେ ଦୌଡ଼ି ଆସୁଥିବା ପୀରବତୀଙ୍କୁ ମଧ୍ୟ ନବୀନ ହାଣି ପକାଇଥିଲେ । ସ୍ପଷ୍ଟ ଦିବାଲୋକରେ ଗାଁ ଦାଣ୍ଡରେ ଅଳ୍ପ ଲୋକଙ୍କ ଉପସ୍ଥିତିରେ ନବୀନ ଏହି କାଣ୍ଡ ଭିଆଇ କେଉଁଆଡ଼େ ଫେରାର ହୋଇଯାଇଥିଲେ । ଖବର ପାଇ କୁଚିଣ୍ଡା ଏସ୍‌ଡ଼ିପିଓ ରାଜକିଶୋର ମିଶ୍ର ଓ ମହୁଲପାଲି ଥାନା ଆଇଆଇସି ଜ୍ୟୋତ୍ସ୍ନା ବେହେରା ସଦଳବଳେ ଲପଡ଼ା ପହଂଚି ନବୀନ ଓ ତାଙ୍କ ହେମାନନ୍ଦ ଓରଫ୍ ମଂଟୁ ୩୦ ଙ୍କୁ ହେପାଜତ୍‌କୁ ନେବା ସହ ତିନୋଟି ଯାକ ଶବ ଜବତ କରି ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.