ନାବାଳିକାଙ୍କୁ ବଲାତ୍କାର ପରେ ତଣ୍ଟି ଚିପି ହତ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାବାଳିକାଙ୍କ ସୁରକ୍ଷା ପାଇଁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ ‘ପରୀ ପାଇଁ କଥାଟିଏ’। ଏ ନେଇ ରାଜ୍ୟ ସରକାର ଓ ସ୍ଥାନୀୟ ପୋଲିସର ଉଦ୍ୟମ କ୍ରମେ ପ୍ରତି ଗ୍ରାମରେ ପରୀ ରଥ ଭ୍ରମଣ କରୁଛି। ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ନାବାଳିକାଙ୍କ ପ୍ରତି ନିର୍ଯ୍ୟାତନା କମିବା ନାଁ ଧରୁନି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ଦୁଇ ଦିନ ତଳେ ନିଖୋଜ ଥିବା ଜନୈକା ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟି ଚିପି ହତ୍ୟା କର ଯାଇଥିବା ଗୁରୁବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଘଟଣା କ୍ରମେ

ମାଲକାନଗିରି ଜିଲ୍ଲା ଭେଜାଙ୍ଗିୱାଡା ଗାଁର ଜଣେ ନାବାଳିକା ଗତ ସୋମବାରରୁ ନିଖୋଜ ଥିଲେ। ଗୁରୁବାର ସକାଳୁ ସେହି ନାବାଳିକାର ମୃତଦେହ ଗାଁ ପାଖ ଏକ ବିଲରୁ ଉଦ୍ଧାର କରାଯାଇଛି । ତେବେ ତାଙ୍କୁ ଅପହରଣ ପରେ ବଳାତ୍କାର କରାଯିବା ସହ ଓଢଣୀରେ ତାଙ୍କ ବେକ ଚିପି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.