ମଧ୍ୟପ୍ରଦେଶର ପୂର୍ବତନ ଶିବସେନା ମୁଖ୍ୟଙ୍କୁ ଗୁଳି କରି ହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶିବସେନାର ମଧ୍ୟପ୍ରଦେଶ ଶାଖାର ପୂର୍ବତନ ମୁଖ୍ୟ ରମେଶ ସାହୁଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଇନ୍ଦୋରରେ ଜଣେ ଅଜ୍ଞାତ ଅପରାଧୀ ଗୁଳି କରି ହତ୍ୟା କରିଛି। ତେବେ ମୃତକଙ୍କ ପତ୍ନୀ ଏବଂ ଝିଅ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି। ନେଜାଜୀ ନଗର ପୁଲିସ ଥାନା ଦାୟିତ୍ୱରେ ଥିବା ଆରଏନଏସ ଭଦୋରିଆ ବୁଧବାର କହିଛନ୍ତି ଯେ ଶିବସେନା ରାଜ୍ୟ ଶାଖାର ପୂର୍ବତନ ମୁଖ୍ୟ ରମେଶ ସାହୁ ଇନ୍ଦୋର-ଖଣ୍ଡୱା ରାସ୍ତାରେ ଥିବା ଉମଡିଖଡ଼ା ଗ୍ରାମରେ ଏକ ଢାବା ଖୋଲିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଅଜ୍ଞାତ ଅପରାଧୀ ସେହି ଢାବାରେ ପହଞ୍ଚି ରମେଶଙ୍କ ଛାତିକୁ ଗୁଳି ମାରି ହତ୍ୟା କରିଥିଲା। ସେ କହିଛନ୍ତି, ହତ୍ୟାକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣାର ତଦନ୍ତ ଚାଲିଛି।

Leave A Reply

Your email address will not be published.