ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟାଧମକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ମିଳିଛି ହତ୍ୟା ଧମକ । ଏହି ଚିଠିଟି ବିଳାସପୁର କେନ୍ଦ୍ରୀୟ ଜେଲରୁ କୁଖ୍ୟାତ ଅପରାଧୀ ପୁଷ୍ପେନ୍ଦ୍ର ଚୌହାନ ଲେଖିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଛତିଶଗଡ଼ର ବାରଦ୍ୱାରସାରା ଗାଁଓ ର ପୁଷ୍ପେନ୍ଦ୍ର ଚୌହାନ ଦୀର୍ଘଦିନ ରୁ ବିଳାସପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଅଛି । ପୁଷ୍ପେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏକ ଧମକ ପୂର୍ଣ ଚିଠି ଲେଖିଥିବା କଥା ଛତିଶଗଡ଼ ସରକାରଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ଅବଗତ କରାଯାଇଛି ବୋଲି ଛତିଶଗଡ଼ରୁ ପ୍ରକାଶ ପାଉଥିବା ଏକ ହିନ୍ଦୀ ଖବର କାଗଜରେ ପ୍ରକାଶ ପାଇଛି ।

ଏ ସମ୍ପର୍କରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି,ଏମିତି ଏକ ଧମକପୂର୍ଣ ଚିଠି ମିଳିବାପରେ ଛତିଶଗଡ଼ ସରକାରଙ୍କୁ ଅବଗତ କରାଯାଇଛି। ଏନେଇ ବିଳାସପୁର ପୋଲିସ ପକ୍ଷରୁ ଏକ ମାମଲା ରଜୁ କରାଯାଇଛି ।

ଏହି ହତ୍ୟା ଧମକର ତଦନ୍ତ ପାଇଁ ବିଳାସପୁର ଏସପି ଅରିଫ ଶେଖ ଅତିରିକ୍ତ ଏସପି ନିରଜ ଚନ୍ଦ୍ରାକରଙ୍କୁ ଦାୟିତ୍ୱ ଦେଇଛନ୍ତି । ଏସପି ଅରିଫଙ୍କ କହିବାନୁସାରେ ପୁଷ୍ପେନ୍ଦ୍ର ବହୁବର୍ଷ ହେଲେଣି ଜେଲ୍ରେ ବନ୍ଦ ଅଛି । ଏବଂ ଚିଠି ସମ୍ୱନ୍ଧରେ ପଚରାଉଚାର ସମୟରେ ସେ ଏହା ସ୍ୱୀକାର କରିଛି । ତେଣୁ ବର୍ତ୍ତମାନର ବଡ ପ୍ରଶ୍ନ ଉଠୁଛି ନବୀନଙ୍କ ସୁରକ୍ଷାକୁ ନେଇ ।

Sikshaya
Leave A Reply

Your email address will not be published.