ବନ୍ଧା ହେଲେ ନବରଙ୍ଗପୁର ଆରଟିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଭିଜିଲାନ୍ସ ଜାଲରେ  ନବରଙ୍ଗପୁର କୋଟିପତି ଆରଟିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଆରଟିଓ ଗଣେଶ୍ୱର କହଁରଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। କିଛିଦିନ ତଳେ ଜୟପୁର ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ଗଣେଶ୍ୱର କହଁରଙ୍କ ଭଡ଼ାଘର ସମେତ ଅଫିସ ତଥା ଫୁଲବାଣୀ, ଭୁବନେଶ୍ୱର ଏବଂ ପାରଳାଖେମୁଣ୍ଡିରେ ଥିବା ଚଢ଼ାଉ କରିଥିଲା।

ସୂଚନାଯୋଗ୍ୟ ଯେ, ଆରଟିଓ ଗଣେଶ୍ୱର କହଁରଙ୍କ ଏକ ଲାଞ୍ଚ ସମ୍ପର୍କିତ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ସେ ଲାଞ୍ଚ ନେଇଥିବା ଟଙ୍କା ଫେରାଇଦେବା କଥା ବିବାଦ ସୃଷ୍ଟି କରିଥିଲା।

Leave A Reply

Your email address will not be published.