ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଦିଲ୍ଲୀ ଗଲେ ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁନ ୧୧ ତାରିଖରୁ ଦୀର୍ଘ ୯ ସପ୍ତାହ ହେବ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ବାଜପେୟୀଙ୍କୁ ଦିଲ୍ଲୀସ୍ଥିତ ଏମସରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି । ବାଜପେୟୀଙ୍କ ସ୍ୱାସ୍ଥ୍ୟ ରେ ଅବନତି ଖବର ଶୁଣିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ବୁଝିବା ପାଇଁ ଆଜି ଦିଲ୍ଲୀ ଗ୍ରସ୍ତ କରିଛନ୍ତି ।

ଏ ସମ୍ପର୍କରେ ଆଜି ସଚିବାଳୟ ଠାରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି, ବାଜପେୟୀ ଜଣେ ବିଶିଷ୍ଠ ବ୍ୟକ୍ତିତ୍ୱ ର ଅଧିକାରୀ ।ସେ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦୁଇ ବର୍ଷ ପାଇଁ କେନ୍ଦ୍ର ସରକାରରେ ଖଣି ଓ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ।

Sikshaya
Leave A Reply

Your email address will not be published.