ସ୍ବର୍ଣ୍ଣାଳଙ୍କାର ଗଣତିକୁ ନେଇ ସେବାୟତଙ୍କ ଭିତରେ ବିବାଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):୨୬ ବର୍ଷ ପରେ ପୁରୀ ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି ବେଶ କାର୍ଯ୍ୟ । ଭୋର ୪ଟା ପରିବର୍ତେ ସକାଳ ୭ଟାରେ ଆରମ୍ଭ ହୋଇଛି ବେଶ । ମହାପ୍ରଭୁଙ୍କ ସ୍ବର୍ଣ୍ଣାଳଙ୍କାର ଗଣତିକୁ ନେଇ ବିବାଦ କାରଣରୁ ବେଶ ବିଳମ୍ବିତ ହୋଇଛି। ସୂଚନା ଅନୁସାରେ ଭଣ୍ଡାର ମେକାପ ଓ ଖୁଂଟିଆ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଅଧିକ ସଂଖ୍ୟକ ସେବାୟତ ନିୟୋଜନ ନେଇ ବିବାଦ ହୋଇଥିଲା ଶ୍ରୀମନ୍ଦିର ପ୍ରଶାସକଙ୍କ ହସ୍ତକ୍ଷେପ ଓ ବୁଝାଶୁଝା ପରେ ଆରମ୍ଭ ହୋଇଛି ବେଶ ଲାଗି । ଦୀର୍ଘ ୨୬ ବର୍ଷ ପରେ ହେଉଛି ବଡ଼ ଠାକୁରଙ୍କ ଏହି ବିରଳ ବେଶ ।
ଶ୍ରୀମନ୍ଦିରରେ ପାଟପଟୁଆରରେ ମହାବାହୁଙ୍କ ବେଶ ପହଞ୍ଚିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି । ଶ୍ରୀଜିଉଙ୍କ ଅବକାଶ ନୀତି ସରିବା ପରେ ମଇଲମ ନୀତି ହୋଇଥିଲା । ସମାନ ସମୟରେ ଚାଲିଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ତେବେ ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେବେ ମହାପ୍ରଭୁ । ବୀର ନାଗା ବେଶରେ ସଜେଇ ହେବେ ଜଗାବଳିଆ । ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହେବେ ମାଆ ସୁଭଦ୍ରା । ତେବେ ମହାବାହୁଙ୍କ ନାଗା ବେଶ ପାଇଁ ଶ୍ରୀମନ୍ଦିର ପରିସର ବାହାରେ ଭକ୍ତିମୟ ପରିବେଶ । ଘଣ୍ଟଘଣ୍ଟା ସହ ବୀର ବାଦ୍ୟରେ କମ୍ପୁଛି ସିଂହଦ୍ୱାର । ବାଦ୍ୟ ଓ ନୃତ୍ୟ ସହ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ।
ସେପଟେ ଭଗବାନଙ୍କୁ ଦେଖି ନପାରି ଭାବ ବିହ୍ୱଳ ହୋଇଛି ଭକ୍ତ । ୨୫ ବର୍ଷ ପରେ ଦୁର୍ଲଭ ବେଶ ହେଉଥିବା ବେଳେ ଭକ୍ତ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହୋଇଛି । ତେଣୁ ୧୪୪ ଧାରା ଲାଗିବା ସତ୍ୱେ ଭକ୍ତି ଟାଣି ଆଣିଛି ଭାବର ବଡ ଦାଣ୍ଡକୁ । ଆଉ ଭକ୍ତ କାନ୍ଦି କାନ୍ଦି ଭଗବାନକୁ ନିଜ ଅଭିମାନ ଜଣାଉଛି । କାର୍ତିକ ମଳ ତ୍ରୈୟୋଦଶୀ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇଥାଏ ।

bjd
Sikshaya
ruchi

Leave A Reply

Your email address will not be published.