୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ପଡ଼ୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ନଭେମ୍ବର ୨୭ରେ ଏହି ଦୁର୍ଲଭ ବେଶରେ ଦର୍ଶନ ଦେବେ ମହାପ୍ରଭୁ।

ଚଳିତ ବର୍ଷ ମହାମାରୀ କରୋନା କୋପ ଦିନକୁ ଦିନ ବଢ଼ୁଥିବାରୁ ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଥିଲା ରଥ। ସେହିପରି କରୋନା ସ୍ଥିତିରେ ସୁଧାର ଆସି ନ ଥିଲେ ନାଗାର୍ଜୁନ ବେଶ ମଧ୍ୟ ବିନା ଭକ୍ତରେ ହୋଇପାରେ । ସେ ସମୟର ସ୍ଥିତିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।ଚଳିତ ବର୍ଷ କାର୍ତ୍ତିକ ମାସରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ । ୨୬ ବର୍ଷ ପରେ ଏହି ବେଶ ପଡୁଥିବାରୁ ସାଧାରଣ ଲୋକ ଓ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି। ଲୋକମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦେଖିବାକୁ ବେଶ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.