୨୦୧୯-୨୦ ଆର୍ଥିକ ବର୍ଷରେ ୧୩୮ କୋଟି ଟଙ୍କାର ନିଟ୍ ଲାଭ ଘୋଷିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନରେ ଥିବା ନବରତ୍ନ କମ୍ପାନୀ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ୨୦୧୯-୨୦ ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରିଛି । ଶୁକ୍ରବାର କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଘୋଷିତ ଫଳାଫଳ ଅନୁସାରେ କମ୍ପାନୀ ୧୩୮.୨୩ କୋଟି ଟଙ୍କାର ନିଟ୍ ଲାଭ କରିଅଛି । ଏହି ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୮୪୨୬ କୋଟି ଟଙ୍କାର ବ୍ୟବସାୟ କରିଅଛି । ବିଗତ ବର୍ଷ ତୁଳନାରେ ଅନ୍ତରାର୍ଷ୍ଟ୍ରୀୟ ବଜାରରେ ଧାତୁର ମୁଲ୍ୟରେ ହ୍ରାସ ପାଇଥିବା ଯୋଗୁଁ ପାଖାପାଖି ୨୯୦୦ କୋଟି ଟଙ୍କାର ବ୍ୟବସାୟ ହ୍ରାସ ଘଟିଛି । ନାଲକୋ ଏହି ଆର୍ଥିକ ବର୍ଷରେ ୩୫୧୧ କୋଟି ଟଙ୍କାର ରପ୍ତାନୀ ମଧ୍ୟ କରିଅଛି । ଅନ୍ତରାର୍ଷ୍ଟ୍ରୀୟ ବଜାରରେ ମାନ୍ଦାବସ୍ଥା ଏବଂ ଲଣ୍ଡନ ମେଟାଲ ଏକ୍ସଚେଞ୍ଜରେ ମୂଲ୍ୟ ହ୍ରାସ ସତ୍ୱେ ନାଲକୋ ବଜାର ପରିସ୍ଥିତିର ସମ୍ମୁଖୀନ କରି ସଫଳତା ବଜାୟ ରଖି ପାରିଛି । ଉଲ୍ଲେଖଯୋଗ୍ୟ ଯେ, ନାଲକୋ ଉତ୍ପାଦନ, ଉତ୍ପାଦକତା ଏବଂ ବିକ୍ରୟ କ୍ଷେତ୍ରରେ, ସ୍ଥାପନା ସମୟରୁ କ୍ରମାଗତ ବୃଦ୍ଧି କରିବା ସହିତ ପ୍ରତି ବର୍ଷ ଲାଭ ସହ ସର୍ବଦା ସଫଳତା ହାସଲ କରି ଆସୁଅଛି ।

Leave A Reply

Your email address will not be published.